29.1 C
Bhubaneswar
Tuesday, February 17, 2026
Homeଓଡିଶାକଂପାନୀ ସହଯୋଗ କଲାନି: ସାର୍ଥକଙ୍କ ମାମୁ

କଂପାନୀ ସହଯୋଗ କଲାନି: ସାର୍ଥକଙ୍କ ମାମୁ

ଭୁବନେଶ୍ୱର: ସିଙ୍ଗାପୁରରୁ ନିରାଶ ହୋଇ ଫେରିଲେ ସାର୍ଥକ ମହାପାତ୍ରଙ୍କ ମା ଓ ମାମୁ । ଖୋଜିବା ପାଇଁ ଯାଇଥିଲେ , କିନ୍ତୁ ମା ଓ ମାମୁ ନିରାଶ ହୋଇ ଫେରିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହାରି ଭିତରେ ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ମାମୁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, କଂପାନୀ କୌଣସି ପ୍ରକାର ସହଯୋଗ କଲାନି । ଷ୍ଟାଫଙ୍କ ସହ କଥା କରାଇ ଦେଲେନି, ବାରମ୍ବାର ପ୍ରତିରୋଧ କରୁଥିଲେ । ଆମେ ସାର୍ଥକଙ୍କ ବାବଦରେ ପଚାରିବା ବେଳେ ପ୍ରତିରୋଧ କରୁଥିଲେ । କେବଳ ସାର୍ଥକଙ୍କ କ୍ୟାବିନକୁ ଯିବାକୁ ଅନୁମତି ଦେଲେ । ଜାହାଜର ଅନ୍ୟ କୌଣସି ସ୍ଥାନକୁ ଆଦୌ ଛାଡିଲେନି । ମାତ୍ର ୨ ଘଣ୍ଟା ମଧ୍ୟରେ ଆମକୁ ଜାହାଜୁ ଓହ୍ଲାଇଦେଲେ । ସବୁବେଳେ ଆମକୁ ସେମାନେ ଘେରି ରହୁଥିଲେ । ଆମେ ଯାହା ସନ୍ଦେହ କରୁଛୁ ତାହା ହିଁ ହୋଇଥାଇପାରେ । ସାର୍ଥକଙ୍କ ସହ କିଛି ଅଘଟଣ ଘଟିଛି । ଡିଜି ସିପିଂର ୨ ଅଧିକାରୀ ଆମକୁ ବହୁତ ସହଯୋଗ କଲେ । କଂପାନୀର ଅନେକ ଦୋଷ ତ୍ରୁଟି ସେମାନେ ବାହାରକୁ ଆଣିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking