ଭୁବନେଶ୍ୱର: ଆମ ବସରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର ଅମିତାଭ ଠାକୁର । ଆମବସରେ ବଢୁଥିବା ଦୁର୍ଘଟଣାକୁ ନେଇ ବିବାଦ ଏବେ ଉଗ୍ର ରୁପ ଧାରଣ କରୁଥିବା ସମୟରେ ଆମ ବସରେ ସାଧାରଣ ଯାତ୍ରୀଙ୍କ ସହିତ ଭୁବନେଶ୍ୱରରୁ କଟକ ଯାତ୍ରା କରିଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ୧୭ ନଂ ବସରେ ବସି ଯାତ୍ରୀଙ୍କ ମତାମତ ନେବା ସହ ଆମ ବସର ସୁରକ୍ଷା ସ୍ଥିତିକୁ ଯାଞ୍ଚ କରିଛନ୍ତି କମିଶନର । କମିଶନଙ୍କ ନିକଟରେ ଆମ ବସର ଯାତ୍ରୀ ବିଭିନ୍ନ ସମସ୍ୟା ରଖିଛନ୍ତି । ବିଶେଷ କରି ଯାତ୍ରା ସମୟରେ ବସ ଡ୍ରାଇଭର ଗାଡି ଚଳାଇବା ଏବଂ କଣ୍ଡକ୍ଟରଙ୍କ ବ୍ୟବହାର ସଂପର୍କରେ ପଚାରି ବୁଝିଛନ୍ତି ଅମିତାଭ ଠାକୁର । ଆମ ବସରେ ଯାତ୍ରା କରିବା ସହିତ ସମସ୍ୟା ମଧ୍ୟ ବୁଝିଛନ୍ତି । ଏବଂ ଆଗକୁ କିଛି ସୁଧାର ଅଣାଯିବ ବୋଲି କହିଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି ପରିବହନ କମିଶନର । ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଚାଳକଙ୍କୁ ଗାଡିର ବେଗ ବୃଦ୍ଧି କରିବା ମନା ହୋଇଛି । ବରିଷ୍ଠ ନାଗରିକ ସାମ୍ନା କରୁଥିବା ସମସ୍ୟା ନେଇ ଅବଗତ ହେଲେ । ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ କହିଛନ୍ତି କମିଶନର ।









