28.1 C
Bhubaneswar
Monday, February 9, 2026
Homeଓଡିଶାରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଆଗାମୀ ଯୋଜନା ଓ ପଦକ୍ଷେପକୁ କମିଶନଙ୍କ ପ୍ରଶଂସା 

ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଆଗାମୀ ଯୋଜନା ଓ ପଦକ୍ଷେପକୁ କମିଶନଙ୍କ ପ୍ରଶଂସା 

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା  ଭାରତର ଜାତୀୟ ମାନବାଧିକାର ଆୟୋଗ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ଓଡି଼ଶା ସଂପର୍କିତ  ମାନବାଧିକାର ଉଲ୍ଲଂଘନ  ଅଭିଯୋଗ ପ୍ରସଙ୍ଗରେ ରହିଥିବା ବିଭିନ୍ନ  ମାମଲାଗୁଡ଼ିକର ଶୁଣାଣି କରିଛନ୍ତି  ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ, ନ୍ୟାୟମୂର୍ତ୍ତି ଶ୍ରୀ ଭି.ରାମସୁବ୍ରମଣ୍ୟନ୍, ସଦସ୍ୟ, ନ୍ୟାୟମୂର୍ତ୍ତି (.) ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ , ଶ୍ରୀମତୀ ବିଜୟା ଭାରତୀ ସାୟାନି ଏବଂ ଶ୍ରୀ ପ୍ରିୟଙ୍କା କାନୁନଗୋ ପ୍ରମୁଖ ଆଜି ରାଜ୍ୟ ଅତିଥି ଭବନରେ ମାମଲାଗୁଡ଼ିକର ଶୁଣାଣି କରିଥିଲେ  ଜାତୀୟ ମାନବାଧିକାର ଆୟୋଗର ମହାସଚିବ ଶ୍ରୀ ଭରତ ଲାଲ, ରେଜିଷ୍ଟ୍ରାର (ଆଇନ)  ଶ୍ରୀ ଯୋଗିନ୍ଦର ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଶିବିରରେ  ଶୁଣାଣି କରିଥିଲେ ଦୁଇଟି ଖଣ୍ଡପୀଠ ମାଧ୍ୟମରେ ମୋଟ ୧୨୧ ଟି ମାମଲାର ଶୁଣାଣି କରାଯାଇଥିଲା  

ଅପରାହ୍ଣରେ  ଜାତୀୟ ମାନବାଧିକାର ଆୟୁକ୍ତ , ଆୟୋଗର ମହାସଚିବ , ରେଜିଷ୍ଟ୍ରାର (ଆଇନ) ଏବଂ ଆୟୋଗର ମାନ୍ୟବର ସଦସ୍ୟମାନେ ଓଡ଼ିଶା ରାଜ୍ୟ ସରକାରଙ୍କ  ସଂପର୍କିତ ବିଭିନ୍ନ ମାନବାଧିକାର ପ୍ରସଙ୍ଗ ସଂପର୍କରେ ଆଲୋଚନା କରିବା ସହ ପଦକ୍ଷେପ ସଂପର୍କରେ ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପରାମର୍ଶ ଦେଇଥିଲେ ।    

ରାଜ୍ୟ ଗୃହ ନିର୍ମାଣ ନଗର ଉନ୍ନୟନ, ପଂଚାୟତିରାଜ ପାନୀୟ ଜଳ ଯୋଗାଣ, ବିଦ୍ୟାଳୟ ଗଣଶିକ୍ଷା, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗ, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ, ମହିଳା ଶିଶୁ ବିକାଶ, ଜଙ୍ଗଲ ପରିବେଶ ବିଭାଗପରିବେଶ ପ୍ରଦୂଷଣ ସଂପର୍କିତ ସମସ୍ୟାର ସମାଧାନ, ଜନଜାତିଙ୍କ ସମସ୍ୟାର ସମାଧାନ, ସାମ୍ବାଦିକ କଲ୍ୟାଣ, ଜଳ ସଂପଦ ବିଭାଗ ଏବଂ ଅନ୍ୟ ବିଭିନ୍ନ ଭିତ୍ତିଭୂମି  ପ୍ରକଳ୍ପ ନିର୍ମାଣ ବେଳେ ଆବଶ୍ୟକ ବିସ୍ଥାପନ କ୍ଷେତ୍ରରେ ବିସ୍ଥାପିତଙ୍କ ପୁନର୍ବାସ ଥଇଥାନ ସଂପର୍କରେ ସଚିବମାନଙ୍କୁ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ  ମାନବାଧିକାର କମିଶନ ପଚାରି ବୁଝିଥିଲେ ବିଭିନ୍ନ ବିଭାଗର ସଚିବମାନେ ନୂତନ ସରକାର ନେଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ , ଯାହାକି ମାନ୍ୟବର କମିଶନ ତାଙ୍କର ପର୍ଯ୍ୟବେକ୍ଷଣରେ ପୂର୍ବରୁ  ମୂଲ୍ୟବାନ ପରାମର୍ଶ ଦେଇଛନ୍ତି, ସେ ସଂପର୍କରେ ବିଶଦ୍ ଭାବେ ଉପସ୍ଥାପନ କରିଥିଲେ

ଓଡ଼ିଶା ରାଜ୍ୟ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ବିଭିନ୍ନ ମାନବାଧିକାର ପ୍ରସଙ୍ଗରେ ମାନ୍ୟବର କମିଶନ ଦେଇଥିବା ପରାମର୍ଶକୁ ରାଜ୍ୟ ଗୁରୁତର ସହିତ ନେଇ ସେସବୁର  କାର୍ଯ୍ୟାନୁଷ୍ଠାନ ସଂପର୍କରେ ପଦକ୍ଷେପ ନେଇଛନ୍ତି ନୂତନ ସରକାର ଜନ ଅଭିଯୋଗ ସରକାରକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି କରୁଥିବା ବେଳେ ଅନଲାଇନ୍ ବ୍ୟବସ୍ଥାରେ ମଧ୍ୟ ଅଭିଯୋଗ ଶୁଣାଣି ଫଇସଲା କରାଯାଉଛି ରାଜ୍ୟର ଅର୍ଥନୈତିକ ବିକାଶ, ନିରନ୍ତରତା ଭିତ୍ତିରେ ସାମଗ୍ରିକ ବିକାଶ ଦିଗରେ ପ୍ରଶାସନ ସରକାର ସମ୍ମିଳିତ ପ୍ରୟାସ ଜାରି ରଖିଛନ୍ତି   ୨୦୩୬  ସୁଦ୍ଧା ବିକଶିତ ଓଡ଼ିଶା ୨୦୪୭  ସୁଦ୍ଧା  ବିବିକଶିତ ଭାରତ ଲକ୍ଷ୍ୟ ରଖି  ଓଡ଼ିଶା ଭିଜନ ପ୍ରସ୍ତୁତ କରାଯାଇଛି ବିଭିନ୍ନ ପ୍ରସଙ୍ଗରେ ମାନ୍ୟବର କମିଶନ ଯେଉଁ ପର୍ଯ୍ୟବେକ୍ଷଣ କରିଛନ୍ତି ପରାମର୍ଶ ଦେଇଛନ୍ତି, ସେ ସମ୍ପର୍କରେ ରାଜ୍ୟ ପ୍ରତିଶ୍ରୁତିବଦ୍ଧତାର ସହ କାର୍ଯ୍ୟ କରିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ

ଏହି ଆଲୋଚନା ବୈଠକରେ ରାଜ୍ୟ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ,ଗୃହ  ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ଦେଓରଞ୍ଜନ କୁମାର ସିଂ, ପୁଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆ, ଡିଜିପି( ଅଗ୍ନିଶମ ) ତଥା ସିଭିଲ୍ ଡିଫେନ୍ସ ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ତଥା ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ

ଆୟୋଗ ତାଙ୍କର ପଦକ୍ଷେପ ସ୍ୱରୂପ ମେଲ୍, ଟେଲିଫୋନ୍ ସହିତ ଅନ୍ ଲାଇନ୍ ମାଧ୍ୟମରେ ଅଭିଯୋଗ ଶୁଣାଣି ପରିଚାଳନାକୁ ଗୁରୁତ୍ୱ ଦେଉଥିବା ସଂପର୍କରେ ପ୍ରକାଶ କରିଥିଲେ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥାରେ  ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେଉଥିବାରୁ ମାନବାଧିକାର କମିଶନ ଠାରେ ଅଭିଯୋଗ କ୍ରମଶଃ ହ୍ରାସ ପାଉଥିବା ପ୍ରକାଶ କରିଛନ୍ତି ସାମଗ୍ରିକ ଭାବେ ବିଭିନ୍ନ ମାନବାଧିକାର ପ୍ରସଙ୍ଗ ତଥା ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକ୍ରମରେ  ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷେପକୁ ମାନ୍ୟବର କମିଶନ ପ୍ରଶଂସା କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking