17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶହମାସର ସେନାମୁଖ୍ୟ ମହମ୍ମଦ ଦିୟାଫ ମୃତ

ହମାସର ସେନାମୁଖ୍ୟ ମହମ୍ମଦ ଦିୟାଫ ମୃତ

ଗାଜା : ହମାସର ରାଜନୈତିକ ମୁଖ୍ୟ ଇସମାଇଲ ହନିଆଙ୍କ ମୃତ୍ୟୁ ପରେ ଏବେ ଇସ୍ରାଏଲ ସେନା ଘୋଷଣା କରିଛି ଯେ ହମାସ ର ସେନା ମୁଖ୍ୟ ମହମ୍ମଦ ଦିୟାଫ ନିହତ ହୋଇଛି । ଇସ୍ରାଏଲ ଦାବି କରିଛି ଯେ ଜୁଲାଇରେ ଏକ ଏୟାରଷ୍ଟ୍ରାଇକ୍ ରେ ଦିଆଫର ମୃତ୍ୟୁ ହୋଇଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସୋସିଆଲ ମିଡିଆ ଏକ୍ସରେ ମହମ୍ମଦ ଦିଆଫର ମୃତ୍ୟୁ ଖବରକୁ ନିଶ୍ଚିତ କରିଛି। ଗତ ବର୍ଷ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣପଛରେ ମହମ୍ମଦ ଦିୟାଫକୁ ଅନ୍ୟତମ ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଉଥିଲା ବୋଲି ଇସ୍ରାଏଲ ସେନା ସୂଚନା ଦେଇଛି। ସେ ହାମାସର ସାମରିକ ମୁଖ୍ୟ ଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ରିପୋର୍ଟ କରିଛି ଯେ ୨୦୨୪ ଜୁଲାଇ ୧୩ ରେ ଆଇଡିଏଫ ଲଢୁଆ ବିମାନ ଗାଜାର ଖାନ୍ ୟୁନିସ୍ ଅଞ୍ଚଳରେ ଆକ୍ରମଣ କରିଥିଲା। ଗୁଇନ୍ଦା ସୂଚନା ମିଳିବା ପରେ ଏହି ଆକ୍ରମଣରେ ମହମ୍ମଦ ଦିଫ୍ ନିହତ ହୋଇଥିବା କଥା ନିଶ୍ଚିତ ହୋଇଛି । ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲରେ ପ୍ରବେଶ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିବା ସହ ଶହ ଶହ ଲୋକଙ୍କୁ ବନ୍ଦୀ କରି ଗାଜା ଉପତ୍ୟକାକୁ ନେଇଥିଲା। ଏହା ପରଠାରୁ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking