ଭୁବନେଶ୍ୱର: ନବକଳେବର ହେବ କଲେକ୍ଟରେଟ କୋଠା । ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡିକରେ ହେବ ନବକଳେବର । ଏନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ମଡେଲ ଯୋଜନା ଆକଳନ ଅନୁଯାୟୀ , ନୂତନ କଲେକ୍ଟର କୋଠା ନିର୍ମାଣ କରାଯିବ । କଲେକ୍ଟରେଟ କୋଠାରେ ମୁଖ୍ୟାଳୟ ଉପ କଲେକ୍ଟରେଟ କାର୍ଯ୍ୟାଳୟ ଯୋଡାଯିବ । ଜିଲ୍ଲାରେ ଉପସ୍ଥିତ ରାଜସ୍ୱ ପ୍ରଶାସନିକ ୟୁନିଟ ଜନସଂଖ୍ୟା କାର୍ଯ୍ୟଭାର ଇତ୍ୟାଦିକୁ ବିଚାରକୁ ନେଇ ଜିଲ୍ଲାଗୁଡିକୁ ବଡ, ମଧ୍ୟମ, କ୍ଷୁଦ୍ର ୩ଟି ବର୍ଗରେ ବିଭକ୍ତ କରାଯାଇଛି । ବଡ ବର୍ଗରେ ଥିବା ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ବର୍ଗ ଫୁଟ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିର୍ମାଣ ହେବ । ସେହିପରି ମଧ୍ୟମ ବର୍ଗରେ ଜିଲ୍ଲାରେ ଏକ ଲକ୍ଷ ୪୦ ହଜାର ବର୍ଗ ଫୁଟ ଜମିରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ରହିବ । କ୍ଷୁଦ୍ର ବର୍ଗରେ ଥିବା ଜିଲ୍ଲାରେ ୧ଲକ୍ଷ ବର୍ଗ ଫୁଟ ଜିଲ୍ଲାରେ ନିର୍ମାଣ ହେବ ଜିଲ୍ଲା କାର୍ଯ୍ୟାଳୟ । ଗତ ମାସରେ ରାଜସ୍ୱ ଏବଂ ଡିଏମ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରରେ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ ନିର୍ମାଣ ହେବ । ଯେଉଁଥିରେ ଜିମ , ଲାଇବ୍ରେରୀ ସହ ଫ୍ୱାନ ବିଏଚକେ ଓ ଟୁ ବିଏଚକେ ରହିବ ।










