ଯାଜପୁର: ରାତି ପାଇଲେ ଜଗତ ଜନନୀ ମାଆ କାଳୀଙ୍କ ପୂଜା । ସହର ପୂଜା ମଣ୍ଡପ ଗୁଡିକ ରେ ଆକର୍ଷଣ ତୋରଣ ବିଦ୍ୟୁତ ଆଲୋକର ସଜାସଜି ଯୁଦ୍ଧ କାଳୀନ ଭିତ୍ତି ଚାଲିଛି l ମୂର୍ତ୍ତି କାରିଗର ମାନଙ୍କ ରାତି ରେ ନିଦ ହଜି ଯାଇଛି ସେମାନଙ୍କ ଯାଦୁ କର ହସ୍ତ ରେ ମା ଙ୍କ ବିଗ୍ରହ ଓ ବାରୁ ହlଳି ମାନଙ୍କ ନିର୍ମାଣ ଜୀବନ୍ତ ଦେଖା ଯାଇଛି l ଆଜି ସେମାନଙ୍କ ଶେଷ ସ୍ପର୍ଷ l ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିବ ଘଣ୍ଟଘଣ୍ଟା ଢୋଲ ଓ ମହୁରୀର ତାଳେ ତାଳେ ମୁଖରିତ ହେବ ବ୍ୟାସନଗର ସହର। ଧୂପ ଓ ଝୁଣାରେ ମହକି ଉଠିବ ପୁରପଲ୍ଲୀ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଆଗମନ କରିବେ ମା ଜଗତଜନନୀ କାଳୀ ମା’। ପୂଜାର୍ଚ୍ଚନା ପାଇଁ ବିଭିନ୍ନ ପୂଜା କମିଟି ପ୍ରସ୍ତୁତିରେ ଲାଗିପଡିଛନ୍ତି । ଶୀତ ଋତୁ ଆଗମନରେ ସବୁଆଡେ ପାର୍ବଣର ମାହୋଲ ଧିରେ ଧିରେ ପବନର ସ୍ପର୍ଶରେ ବିଭିନ୍ନ ପ୍ରକାରର ଫୁଲର ସୌନ୍ଦର୍ଯ୍ୟ ସବୁଆଡେ ଖେଳିଯାଇଛି । ଚଳିତବର୍ଷ ବ୍ୟାସନଗର ସହରରେ ୧୮ ଗୋଟି ମେଢ ଚୋରଦା ଚାନ୍ଦମା, କହ୍ନେଇପୁର, ଚୋରଦା ଆରିୟନ କ୍ଲବ, ନହକା, ଗୋପବନ୍ଧୁ ନଗର, ବ୍ୟାଙ୍କଷ୍ଟିଟ୍, ରାଧାନାଥ ମାର୍ଗ, ବସଷ୍ଟାଣ୍ଡ, ବେନାର, ଦଳା, ପାନ୍ଥିକା, ଧବଳଗିରି, ନିୟୁ ମାର୍କଟ, କୋପଣ୍ଡ, ଷ୍ଟାଡିୟମ ରୋଡ, ଧବଳଗିରି ପିଠଦେବୀ ଓ ଷ୍ଟିଲ ସିଟି ମେଢ ସୋଭା ପାଉଛି। ଅପେକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠକୁ ବିରାଜିବେ ଜଗତଜନନୀ ମା’ କାଳୀ । ମା’ଙ୍କ ଆଗମନକୁ ନେଇ ସବୁଆଡେ ଏବେ ଖୁସିର ଆସର ଜମିଲାଣି ।
ଯାଜପୁର ଜିଲ୍ଲା ଐତିହାସିକ କଳା ସଂସ୍କୃତିର ମାଟି ବ୍ୟାସନଗରଠାରେ ଚଳିତବର୍ଷ ମହା ଆଡମ୍ବରରେ ଅନୁଷ୍ଠିତ ହେବ ମା’ଙ୍କ କାଳୀପୂଜା । ଦୀର୍ଘଦିନ ଧରି ଅଂଚଳରେ ବ୍ୟାସନଗର ସାର୍ବଜନୀନ କାଳୀପୂଜା ଅନୁଷ୍ଠିତ ହୋଇଆସୁଅଛି ଏବଂ ବିଶେଷଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ ପୂଜାମେଢ । ଅଂଚଳର କୁଶଳୀ କାରିଗରୀ ତିଆରି କରୁଛନ୍ତି ଚିତାକର୍ଷକ ସାଜସଜ୍ଜା ଏବଂ ମା’ଙ୍କ ତୋରଣ ଝଲସି ଉଠୁଛି । ବାଉଁଶ ଓ କପଡାରେ ଅନେକ ଚିତ୍ର ବିଚିତ୍ର କଳାକୁ ମନୋରମ ଢଙ୍ଗରେ କାରିଗରମାନେ ଆଙ୍କି ତିଆରି କରୁଛନ୍ତି ସୁନ୍ଦର ମେଢ । ସତେ ଯେମିତି ମା’ଙ୍କ ବାଟକୁ ଚାହିଁ ରହିଛି ପୂଜା ମେଢ, କେବେ ମା ଆସିବେ । ମା ଯେତେବେଳେ ପୂଜାସ୍ଥଳରେ ବସିବେ ପୂଜାମେଢର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହେବ ବୋଲି ଦର୍ଶକ ମହଲରେ ଚର୍ଚ୍ଚା ହେଉଛି । ମୁର୍ତି କାରିଗର ମଧ୍ୟ ଭାବବିହ୍ୱଳ ହୋଇ ମା’କୁ ସଜେଇ ଦେଉଛି ନିଜର ହସ୍ତର ସମସ୍ତ କାରିଗରୀ ବିଦ୍ୟାକୁ ଖଟାଇ ନୂଆ ରୂପ ଦେବା, ଯେଉଁ ରୂପରେ ଜଗତଜନନୀ ମା’ କାଳୀ ଅତି ସୁନ୍ଦର ଦିଶିବେ । ସ୍ଥାନୀୟ କମିଟି ସଭାପତିଙ୍କ ସୂଚନା ଅନୁସାରେ ମା’ଙ୍କ ପୀଠରେ ଗୁରୁବାର ଠାରୁ ପୂଜା ଆରମ୍ଭ ହେବ । ଚଳିତବର୍ଷ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଦର୍ଶକଙ୍କୁ ଆକର୍ଷିତ କରିବା ସହ ଭକ୍ତ ଶ୍ରୀଦ୍ଧାଳୁମାନଙ୍କ ଭିଡ ଜମିବ ବୋଲି ଆଶା କରା ଯାଉଛି । ଆସନ୍ତା ଅକ୍ଟୋବର ୩୧ ତାରିଖ ଶୁକ୍ରବାର ମେଲଣ ଉସଛବ ଅନୁଷ୍ଠିତ ହେବ ବୋଲି କମିଟ୍ ପକ୍ଷରୁ କୁହାଯାଇଛି । ଏ ବର୍ଷ ଚୋରଦା କାଳୀପୂଜା କମିଟିର ୫୦ ବର୍ଷ ହୋଇଥିବାରୁ ବିଭିନ୍ନ ରଂଗାରଂଗ୍ କାର୍ଯ୍ୟକ୍ରମ ସବୁ ରହିଛି ।










