ଭୁବନେଶ୍ୱର : ଆଜି ମଧ୍ୟାହ୍ନ ୧୨ଟାରେ ପୁଣି ସାମୁଦ୍ରିକ ବାତ୍ୟା ଦାନାର ପ୍ରଭାବରେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯିବେ । ସେ ଭୁବନେଶ୍ୱର ବିମାନବନ୍ଦରରୁ ହେଲ୍ିକେପ୍ଟର ଯୋଗେ ଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିବେ । ତାଙ୍କ ସହ ରାଜସ୍ୱ ଓବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ , ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା , ଏସଆରସି ଏବଂ ପୁଲିସ ଡିଜି ୱାଇ ବି ଖୁରାନିଆ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣା ପଡିଛି ା ସୂଚନା ଅନୁସାରେ , ଗତକାଲି ଅପରାହ୍ଣରେ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ସମେତ ଅନ୍ୟ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଇଥିଲେ ।










