28.1 C
Bhubaneswar
Saturday, October 5, 2024
Homeଓଡିଶାଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ‘ଉତ୍କର୍ଷ ୨୦୨୫’ର ପ୍ରାକ୍ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଯାଉଛନ୍ତି। ଆସନ୍ତାକାଲି ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଦେଶର ଆମ୍ବାସାଡ଼ର, ହାଇକମିଶନର, ଟ୍ରେଡ୍ କମିଶନର, କନସଲ୍ଟ ଜେନେରାଲଙ୍କ ସହ ଆଲୋଚନା କାର୍ୟ୍ୟକ୍ରମ ରହିଛି। ସେହିପରି ବିଭିନ୍ନ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ସିଏମ୍। ଶେଷରେ ଏକ ରୋଡ୍ ସୋ ଆୟୋଜିତ ହେବ।ଆସନ୍ତାବର୍ଷ ଜାନୁଆରି ୨୮ ଓ ୨୯ ତାରିଖରେ ହେବାକୁ ଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍- ଉତ୍କର୍ଷ ଓଡିଶା ପୂର୍ବରୁ ରାଜ୍ୟକୁ ନିବେଶ ଆଣିବାକୁ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking