25.1 C
Bhubaneswar
Wednesday, March 25, 2026
Homeଓଡିଶାପୀଡିତାଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ପୀଡିତାଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପଶ୍ଚିମ ବଙ୍ଗର ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ଓଡ଼ିଆ ଝିଅ, ତାଙ୍କ ମା ଏବଂ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି।ଆଲୋଚନା କରିବା ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଝିଅଙ୍କୁ କହିଛନ୍ତି ‘ଚିନ୍ତା କରନାହିଁ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି।’ଝିଅ ଯେପରି ଶୀଘ୍ର ସୁସ୍ଥ ହେବ ଏବଂ ସାମାନ୍ୟ ଜୀବନ ଯାପନ କରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବ, ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।ପୀଡ଼ିତାଙ୍କ ମା ଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇ ଏ କ୍ଷେତ୍ରରେ ଅପରାଧୀ ମାନେ ଯେପରି ଶୀଘ୍ର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପାଇଁ ଓଡ଼ିଶା ସରକାର ତାଙ୍କର ଉଦ୍ୟମ ଜାରିରଖିଛନ୍ତି ବୋଲି କହିଥିଲେ।ସେଠାରେ ଉପସ୍ଥିତ ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷା କରିବା କରି ଝିଅକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହିତ, ଚାପ ସୃଷ୍ଟି କରିବା ପାଇଁ ସବୁ ଫୋରମ୍ ର ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ସଂପୃକ୍ତ ପୀଡ଼ିତା ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି।ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ବାପାଙ୍କ ସହିତ ମଧ୍ୟ କଥା ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking