28.1 C
Bhubaneswar
Friday, March 27, 2026
Homeଓଡିଶାପ୍ରଥମ ଦିନରେ ୧୫୦୦ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ଦିନରେ ୧୫୦୦ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହିଥିଲେ। ଆଜି ଥିଲା ଜନ ଶୁଣାଣିର ପ୍ରଥମ ଦିନ। ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ ନିଜ ସମସ୍ୟା ନେଇ ନାଁ ପଞ୍ଜିକରଣ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ସମସ୍ୟା ଓ ଦୁଃଖ ଜଣାଇବାକୁ ସବୁ ଜିଲ୍ଲାରୁ ଆସିଥିଲେ ଲୋକେ। ଦିନେ ଦୁଇ ଦିନ ନୁହେଁ ଗତ ୪ ଦିନ ହେବ ଅଖିଆଅପିଆ ଅସହାୟ ଲୋକେ ରାଜଧାନୀରେ ପଡି ରହି କେବଳ ଅପେକ୍ଷା କରିଥିଲେ, କେବେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ ନିଜ ଦୁଃଖ ଜଣାଇବେ। ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ଆଜି ରାଜ୍ୟସ୍ତରୀୟ ସହ ଜିଲ୍ଲାସ୍ତରରେ ମଧ୍ୟ ଶୁଣାଣି କରାଯାଇଛି । ଲୋକମାନେ ପ୍ରଥମେ ଜିଲ୍ଲାସ୍ତରରେ ଅଭିଯୋଗ କରନ୍ତୁ । ଜିଲ୍ଲାସ୍ତରରେ ସମାଧାନ ହୋଇଗଲେ ଆଉ ଭୁବନେଶ୍ୱର ଆସିବାକୁ ପଡିବନି ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଆଜି ଯେତିକି ଶୁଣାଣି ହୋଇଛି ସେଥିରୁ ପ୍ରାୟ ୯୯% ସମାଧାନ ହୋଇଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking