ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା । ୨ ଜଣଙ୍କ ମୃତ୍ୟୁ ସହ ଅନ୍ୟ ୬ ଜଣ ଅସୁସ୍ଥ ଅଛନ୍ତି । ୬ ଅସୁସ୍ଥଙ୍କ ମଧ୍ୟରୁ ୨ ଜଣ କଟକ ମେଡିକାଲ ରେ ଚିକିତ୍ସିତ ଥିଲେ ଏହାପରେ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଆରଡିସି ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ସୂଚନା ମୁତାବକ ଆମ୍ବ ଟାକୁଆ ଜାଉ ଖାଇ କଟକ ଏସବିବି ମେଡିକାଲ ରେ ଚିକିତ୍ସିତ ହେଉଥିବା ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି ।