28.1 C
Bhubaneswar
Thursday, September 19, 2024
Homeଓଡିଶାବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ନଦୀରେ ପାଣି ବଢିବା ପରେ ଜଳସ୍ତର ବିପଦ ସଂକେତ ଟପିଲାଣି । ବର୍ତ୍ତମାନ ସମୟରେ ସୁବର୍ଣ୍ଣରେଖା ନଦୀରେ ବିପଦ ସଂକେତ ଟପି ୧୧.୫୨ ଜଳ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ନଦୀରେ ଜଳ ବିପଦସଙ୍କେତ ଟପିଲା ମାତ୍ରେ ବସ୍ତା, ଭୋଗରାଇ ଓ ବାଲିଆପାଳ ଅଂଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଘର ଦ୍ୱାର ମୁହଁରେ ମଧ୍ୟ ବନ୍ୟା ଜଳ ଦେଖିବାକୁ ମିଳିଛି । ଏହି ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆକାଶ ମାର୍ଗରୁ ବାଲେଶ୍ୱର ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ବାଲିଆପାଳ ଓ ଭୋଗରାଇର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଲୋକେ କିପରି ବନ୍ୟା ଜଳ ମଧ୍ୟରେ ନିଜର ଜୀବନ ବିତାଉଛନ୍ତି ସେ ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତର ପୂର୍ବକୁହ୍ଲା ଗ୍ରାମର ପାଖାପାଖି ୫୦ ରୁ ଅଧିକ ପରିବାର ଏବେ ବନ୍ଦ ଉପରେ ଆଶ୍ରୟ ନେଉଛନ୍ତି ବୋଲି ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ରହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking