16.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଇସ୍ତଫା ଦେବ ବଂଲାଦେଶର ପ୍ରଧାନ ବିଚାରପତି

ଇସ୍ତଫା ଦେବ ବଂଲାଦେଶର ପ୍ରଧାନ ବିଚାରପତି

ଢାକା: ପୁଣି ଥରେ ବାଂଲାଦେଶରେ ତେଜିଛି ହିଂସା। ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେବା ପରେ ମଧ୍ୟ ଦେଶରେ ହିଂସା ଥମୁନି। ପ୍ରଧାନମନ୍ତ୍ରୀଙ୍କ ପରେ ଏଥର ଛାତ୍ର ସଂଗଠନ ସୁପ୍ରିମକୋର୍ଟକୁ ଟାର୍ଗେଟ କରିଛନ୍ତି। ଶନିବାର ଦିନ ବିକ୍ଷୋଭକାରୀମାନେ ସୁପ୍ରିମକୋର୍ଟଙ୍କୁ ଘେରି ରହି ଏକ ଘଣ୍ଟା ମଧ୍ୟରେ ପଦ ଛାଡ଼ିବାକୁ ଦାବି କରିବା ପରେ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଓବାଇଦୁଲ୍‌ ହସନ। ପ୍ରକାଶ ଥାଉକି, ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବ୍ୟାପକ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରିଥିଲେ ଆନ୍ଦୋଳନକାରୀ। ଅଗଷ୍ଟ ୫ରେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ବାଧ୍ୟ ହୋଇ ପଦରୁ ଇସ୍ତଫା ଦେଇ ଭାରତ ଚାଲି ଆସିଥିଲେ ଶେଖ୍ ହସିନା। ବର୍ତ୍ତମାନ ସେଠାରେ ଅନ୍ତରୀଣ ସରକାର ଗଠନ ହୋଇଛି। ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର କାର୍ଯ୍ୟ କରୁଛନ୍ତି। ହିଂସାରେ ବର୍ତ୍ତମାନ ସୁଦ୍ଧା ୪୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି, ଶତାଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତଥାପି ଛାତ୍ର ସଂଗଠନ ପୁଣି ହିଂସା ଆରମ୍ଭ କରି ଦେଇଛନ୍ତି।
ସେପଟେ ନିୟମ ଅନୁସାରେ, ୯୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ତାରିଖ ଘୋଷଣା କରିନାହାନ୍ତି। ଯଦି ନିର୍ବାଚନ ହୁଏ ଶେଖ୍ ହସିନା ମଧ୍ୟ ନିର୍ବାଚନ ଲଢିପାରନ୍ତି। ଏନେଇ ହସିନାଙ୍କ ପୁଅ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking