19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆସୁ ଆସୁ ନିୟମ ବଦଳାଇଲେ ପ୍ରଧାନ ବିଚାରପତି

ଆସୁ ଆସୁ ନିୟମ ବଦଳାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଙ୍ଗଳବାର ମାମଲାର ତୁରନ୍ତ ଶୁଣାଣି କରିବାର ପୁରୁଣା ପ୍ରଥାରେ ପରିବର୍ତ୍ତନ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ତୁରନ୍ତ ଶୁଣାଣି ପାଇଁ ମୌଖିକ ଭାବେ ଅନୁରୋଧ କରିବାକୁ ଅନୁମତି ଦିଆଯିବ ନାହିଁ। ମୁଖ୍ୟ ବିଚାରପତି କହିଛନ୍ତି ଯେ ବର୍ତ୍ତମାନ ମୌଖିକ ଭାବେ କୌଣସି ଅନୁରୋଧ ଗ୍ରହଣ କରାଯିବ ନାହିଁ। ତୁରନ୍ତ ଶୁଣାଣିର କାରଣ ଇମେଲ୍ କିମ୍ବା ଲିଖିତ ଚିଠିରେ ଉଲ୍ଲେଖ କରିବାକୁ ପଡ଼ିବ। ଏଥିପାଇଁ ଏକ ଇମେଲ୍ କିମ୍ବା ଲିଖିତ ଚିଠି ପଠାଇବାକୁ ସେ ଓକିଲମାନଙ୍କୁ ପରାମର୍ଶ ଦେଇଛନ୍ତି।

ସାଧାରଣତଃ ଆଇନଜୀବୀମାନେ ଦିନ ଆରମ୍ଭରେ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ସମ୍ମୁଖରେ ତୁରନ୍ତ ଶୁଣାଣି ପାଇଁ ସେମାନଙ୍କ ମାମଲା ଉଲ୍ଲେଖ କରିଥାଆନ୍ତି। ତେବେ କେତେକ କ୍ଷେତ୍ରରେ ମୌଖିକ ଅନୁରୋଧକୁ ବି ଗ୍ରହଣ କରାଯାଉଥିଲା । ନୂଆ ପ୍ରଧାନ ବିଚାରପତି ନ୍ୟାୟିକ ସଂସ୍କାର ପାଇଁ ନାଗରିକ-କେନ୍ଦ୍ରୀତ ଏଜେଣ୍ଡାର ରୂପରେଖ ପ୍ରସ୍ତୁତ କରିଛନ୍ତି ଏବଂ ନ୍ୟାୟ ସହଜରେ ଉପଲବ୍ଧ କରାଇବା ଏବଂ ନାଗରିକମାନଙ୍କୁ ବିନା ଭେଦଭାବରେ ବ୍ୟବହାର କରିବା ନ୍ୟାୟପାଳିକାର ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ଗୁରୁତ୍ୱାରୋପ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking