ପୁରୀ: ବଡ଼ ଠାକୁରଙ୍କ ପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ନିର୍ମାଣ ପର୍ବ । ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ଶ୍ରୀନଅର ସମ୍ମୁଖ ଯଜ୍ଞସ୍ଥଳରେ ହୋମଯଜ୍ଞ ପୂର୍ବକ ରଥ ନିର୍ମାଣ ଅନୁକୂଳ କରାଯାଇଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ସମେତ ଅନ୍ୟ ସେବକ ମାନେ ରଥ ନିର୍ମାଣ ପାଇଁ ଶାଢ଼ୀ ବନ୍ଧାଇ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗତକାଲି ଅକ୍ଷୟ ତୃତୀୟାରୁ ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇସାରିଛି । ଜଳକ୍ରୀଡ଼ା କରିଛନ୍ତି ମହାପ୍ରଭୁ । ୨୧ ଦିନ ଧରି ଏହି ଯାତ୍ରା ଚାଲିବ । ନରେନ୍ଦ୍ର ପୋଖରୀରେ ଚାପ ଖେଳିବେ ମହାପ୍ରଭୁ ।