21.1 C
Bhubaneswar
Sunday, January 18, 2026
Homeଖେଳକ୍ୟାଚ୍ ଜିତାଏ ମ୍ୟାଚ୍

କ୍ୟାଚ୍ ଜିତାଏ ମ୍ୟାଚ୍

ନୂଆଦିଲ୍ଲୀ : କଥାରେ ଅଛି କ୍ୟାଚ୍ ଜିତାଏ ମ୍ୟାଚ୍ । କାହିଁକି କେଉଁ ଯୁଗରୁ କ୍ୟାଚ୍ ହିଁ କ୍ରିକେଟ୍ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ କରି ଆସୁଛି । ସର୍ବଦା ବ୍ୟାଟ୍‌ର କିମ୍ବା ବୋଲର ପ୍ରଶଂସା ସାଉଁଟି ନିଅନ୍ତି । ମାତ୍ର ଫିଲଡିଂକୁ ଆବଶ୍ୟକ ଶ୍ରେୟ ମିଳେ ନାହିଁ । ଆଜି ବିଜୟର ଅନ୍ୟତମ ନାୟକ ଥିଲେ ସୂର୍ଯ୍ୟକୁମାର ଯାଦବ । ସେ ଏଭଳି ଏକ କ୍ୟାଚ୍ ଧରିଥିଲେ ଯାହା ଭାରି ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ।

୨୨ଗଜର ପିଚ୍‌ ଉପରେ ଆଜି ତାଙ୍କ ବ୍ୟାଟ୍ କଥା କହି ନଥିଲା । କିଛି ମିନିଟ୍ ମଧ୍ୟରେ ସେ ପାବିଲିୟନ ଫେରି ଯାଇଥିଲେ। କିନ୍ତୁ ଶେଷ ଓଭରରେ ଡେଭିଡ୍ ମିଲରଙ୍କ ଜ୍ୟାଚ୍ ଧରି ସୂର୍ଯ୍ୟକୁମାର ବିଜୟ ପାଇଁ ଚାଟ ଖୋଲି ଦେଇଥିଲେ । ପ୍ରମାଣ କରିଦେଇଥିଲେ, ‘କ୍ୟାଚ୍ କେବଳ ମ୍ୟାଚ୍ ଜିତାଏ ନାହିଁ, ଜିତାଏ ବିଶ୍ଵକପ୍। ପୂରଣ କରେ ଦୀର୍ଘ ବର୍ଷର ଅଧୂରା ସ୍ୱପ୍ନ ।’ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆବଶ୍ୟକ ହେଉଥିଲା ୧୬ ରନ୍। ଯଶପ୍ରୀତ ବୁମରା ଓ ଅର୍ଶଦାପ ସିଂହଙ୍କ ଓଭର ଶେଷ ହୋଇସାରିଥିଲା । କ୍ରିଜ୍‌ରେ ଅପରାଜିତ ଥିବା ଦୁର୍ଦ୍ଦର୍ଷ ମିଲର କ୍ଷଣକ ମଧ୍ୟରେ ବକି ପଲଗଇବାର କ୍ଷମତା ରଖିଥିଲେ । ସେ ୨୧ କରି କ୍ରିଜ୍‌ରେ ଜମି ସାରିଥିଲେ ।

ପାଣ୍ଡୁ ୨୦ତମ ଓଭର ବୋଲି” କରିଥିଲେ । ମିଲରଙ୍କୁ ଅଫ ଷ୍ଟମ୍ପ ବାହାରେ ଏକ ୟର୍କର ବଲ ପକାଇଥିଲେ । ବଲକୁ ପିଚ୍‌ରେ ପଡ଼ିବାକୁ ନଦେଇ ଚତୁର ମିଲର ସିଧା ଲଙ୍ଗ ଅଫ୍ ବାଉଣ୍ଡାରୀ ଅଞ୍ଚଳକୁ ଶକ୍ତିଶାଳୀ ସଟ୍ ଖେଳିଥିଲେ । ସେଠାରେ ଫିଲଣ୍ଡିଂ କରୁଥିବା ସୂର୍ଯ୍ୟ କୁମାର କ୍ୟାଚ୍ ଧରିଥିଲେ । ମାତ୍ର ନିୟନ୍ତ୍ରଣ ହରାଇ ବସିଥିଲେ । ବିଚଳିତ ନହୋଇ ସେ ବଲକୁ ଉପରକୁ ଫିଙ୍ଗି ବାଉଣ୍ଡାରୀ ବାହାରକୁ ଚାଲିଯାଇ ପ୍ରଥମେ ନିୟନ୍ତ୍ରଣ ରଖୁଥିଲେ । ଏହାପରେ ଏକ ଜମ୍ପ ମାରି ଗ୍ରାଉଣ୍ଡକୁ ପ୍ରବେଶ କରିଥିଲେ, ହାତରେ ରହିଥିଲା ବଲ୍। ଟିଭି ଅମ୍ପାୟାର ବାରମ୍ବାର ରିପ୍ଲେ ଦେଖୁ ପରୀକ୍ଷା କରିଥିଲେ। ସୂର୍ଯ୍ୟକୁମାର ବଲ୍‌ ସହ ବାଉଣ୍ଡାରୀ ଛୁଇଁ ନଥୁବା ସ୍ପଷ୍ଟ ହୋଇଥିଲା। ଷ୍ଟାଡ଼ିୟମ୍‌ର ବିଶାଳ ସ୍କ୍ରିନ୍‌ରେ ‘ଆଉଟ୍’ ଲେଖ୍ ହୋଇ ଯାଇଥିଲା। ଏପଟେ ଆରମ୍ଭ ହୋଇ ଯାଇଥିଲା ବିଜୟର ପ୍ରାକ୍ ଉତ୍ସବ । ଆଖି ଆଗରେ ଝଲସି ଉଠିଥିଲା ବିଶ୍ଵକପ୍‌ର ସେହି ଚିକିମିକିଆ ଟ୍ରଫି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking