28.1 C
Bhubaneswar
Wednesday, April 1, 2026
Homeଅପରାଧନାବାଳିକା ବଳାତ୍କାର ମାମଲା;ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

ନାବାଳିକା ବଳାତ୍କାର ମାମଲା;ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

କନ୍ଧମାଳ: ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଫୁଲବାଣୀ ପୋକସୋ କୋର୍ଟ ଆଜି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୫୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୮ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାଲିଗୁଡା ଥାନା ଅଞ୍ଚଳର ମୁକୁନ୍ଦ ପ୍ରଧାନ। ସୂଚନା ଅନୁଯାୟୀ ୨୦୨୧ ମସିହା ମାର୍ଚ୍ଚ ମାସରେ ପୀଡିତା ଜଣକ ନିଜ ଭଉଣୀଘରକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ଅଭିଯୁକ୍ତ ମୁକୁନ୍ଦ ଏହି ୧୪ ବର୍ଷୀୟା ନାବାଳିକାଙ୍କୁ ଭଲ ପାଉଛି କହି ନିକଟସ୍ଥ ଏକ ମଦଭାଟି ପାଖକୁ ନେଇ ତାଙ୍କୁ ବଳାତ୍କାର କରିଥିଲେ। ଏ ବିଷୟ କାହା ଆଗରେ ପ୍ରକାଶ ନ କରିବା ପାଇଁ ଅଭିଯୁକ୍ତ ପୀଡିତାଙ୍କୁ ଧମକାଇଥିଲୋ।

ଏହାପରେ ମଧ୍ୟ ସେ ନାବାଳିକାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଫଳରେ ସେ ଗର୍ଭବତୀ ହୋଇଥିଲେ। ପରେ ପୀଡିତା ତାଙ୍କୁ ବିବାହ କରିବାକୁ କହିବାରୁ ସେ ଏଥିରେ ରାଜି ହୋଇ ନ ଥିଲେ । କିଛି ଦିନ ପରେ ତାଙ୍କ ପାଖରେ ଗର୍ଭ ଲକ୍ଷଣ ଦେଖି ମା ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ନେଇଥିଲେ। ସେଠାରେ ପରୀକ୍ଷା କରିବାରେ ସେ ଗର୍ଭବତୀ ଥିବା ଜଣା ପଡିଥିଲା। ଏହାପରେ ପରିବାର ଲୋକେ ଅଭିଯୁକ୍ତଙ୍କ ଘରକୁ ଯାଇ ବିବାହ ପାଇଁ କହିଥିଲେ। କିନ୍ତୁ ପରିବାର ଲୋକେ ଏଥିରେ ରାଜି ହୋଇ ନଥିଲେ।

ଫଳରେ ପୀଡିତା ୭.୮.୨୧ ରେ ଏ ନେଇ ବାଲିଗୁଡା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ୧୩୦/୨୧ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏହି ମାମଲାର ବିଚାର କରି ଫୁଲବାଣୀ ପୋକସୋ ଅଦାଲତ ବିଚାରପତି ରାଜେଶ କୁମାର ଦାଶ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ମେଡ଼ିକାଲ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking