25.1 C
Bhubaneswar
Saturday, February 14, 2026
Homeଓଡିଶାଯୁବକଙ୍କୁ ପଛପଟୁ ଧକ୍କା ଦେଲା କାର

ଯୁବକଙ୍କୁ ପଛପଟୁ ଧକ୍କା ଦେଲା କାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଳାଭଣଜା ଛକ ନିକଟରେ କାର ଧକ୍କାରେ ଜଣେ ଯୁବକ ମୃତ। ତେବେ ମୃତକ ଖଲିଙ୍ଗୀ ଗାଁର ନବଘନ ଗୌଡ଼ ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଛି। ସୂଚନା ଅନୁସାରେ, ଆଜି ସକାଳେ କୌଣସି କାମରେ ମୌଳାଭଣଜା ଛକକୁ ଯୁବକ ଜଣଙ୍କ ଚାଲି ଚାଲି ଯାଉଥିଲେ। ରାସ୍ତାରେ ଯିବାବେଳେ ଗୋଟିଏ ଧଳାରଙ୍ଗର କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଯୁବକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଦିଗପହଣ୍ଡି ମେଡିକାଲକୁ ନେଇଥିଲେ। ତେବେ ସେଠାରେ ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଘଟଣା ସ୍ଥଳରେ କାରଟି ପଡ଼ି ରହିଥିଲା ହେଲେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରକୁ ଜବତ କରିବା ସହିତ ଡ୍ରାଇଭରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking