ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ସଜେଇ ହୋଇଛି ରାଜଧାନୀ । ଆକର୍ଷଣୀୟ ରଙ୍ଗୀନ ଆଲୋକମାଳାରେ ଝଲସୁଛି ପୂରା ସହର। ବିଧାନସଭା ହେଉ କି ଲୋକସେବା ଭବନ କିମ୍ବା ଅନ୍ୟ ସରକାରୀ କାର୍ଯ୍ୟାଳୟ ସବୁ କିଛି ରଙ୍ଗୀନ ଆଲୋକରେ ସଜେଇ ହୋଇଛି । ଓଡ଼ିଶା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।ଏହି ସୁନ୍ଦର ବାଲୁକା କଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା କଳାରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କରିବା ସହ ‘ବନ୍ଦେ ଉତ୍କଳ ଜନନୀ’ ଥିମ୍ରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରତିଫଳିତ କରିଛନ୍ତି । ଏହା ଓଡିଶାର ଗୌରବକୁ ବଖାଣୁଛି । ଓଡ଼ିଶା ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ଏବଂ କଳା ମାଧ୍ୟମରେ ସାଧାରଣ ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ ।










