28.1 C
Bhubaneswar
Tuesday, July 2, 2024
Homeଓଡିଶାବଦଳିବ ‘ଲକ୍ଷ୍ମୀ’ ବସର ନାଁ

ବଦଳିବ ‘ଲକ୍ଷ୍ମୀ’ ବସର ନାଁ

ଭୁବନେଶ୍ୱର: ବିଜେଡି ସରକାର ଆରମ୍ଭ କରିଥିବା ‘ଲକ୍ଷ୍ମୀ’ ବସସେବାର ନାମ ବିଜେପି ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି ।  ‘ଲକ୍ଷ୍ମୀ’ ବସର ନାମ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ।‘ଲକ୍ଷ୍ମୀ’ ବସର ନାମ ବଦଳାଇ ‘ମୁଖ୍ୟମନ୍ତ୍ରୀ ବସ ସେବା’ କରାଯିବ ବୋଲି ସେ କହିଛନ୍ତି । ଏହା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଏଥିସହ ଲୋକଙ୍କୁ ବସସେବା ଯୋଗାଇ ଦେବୁ ବୋଲି ସେ କହିଛନ୍ତି । ପ୍ରକାଶ ଯେ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନ୍ୟ ଏକ ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’‌। ଏହି ଯୋଜନା ଦ୍ୱାରା ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍‌ ସେବା ମିଳୁଛି । ଯେଉଁ ଗ୍ରାମଗୁଡ଼ିକୁ ବ୍ଲକ୍‌ ସଦରରୁ ବସ୍‌ ସେବା ନଥିଲା, ସେହି ଗ୍ରାମଗୁଡ଼ିକୁ ଲୋକେ ଅତି ଆରାମରେ ଯାତାୟତ କରି ପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking