15.1 C
Bhubaneswar
Saturday, December 6, 2025
Homeଓଡିଶାପୀତବାସଙ୍କ ମେରୁହାଡରୁ ବାହାରିଲା ଗୁଳି

ପୀତବାସଙ୍କ ମେରୁହାଡରୁ ବାହାରିଲା ଗୁଳି

ଗଞ୍ଜାମ:  ପୀତବାସ ପଣ୍ଡାଙ୍କ ମେରୁହାଡରୁ ବାହାରିଲା ୯ ଏମ.ଏମ ଗୁଳି  ା ଦୁଇଟି ବହୁ ଗୁରୁତ୍ୱପୂର୍ଣ୍ଣ ଶିରାପ୍ରଶିରା ନଷ୍ଟ କରିଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି । ଆଇନଜୀବୀ ପୀତବାସ ପଣ୍ଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଦର୍ଶାଯାଇଛି । ଛାତିରୁ  ମେରୁଦଣ୍ଡ ହାଡ ପଛ ପଟକୁ ଗୁଳି ଯାଇଥିବା ରିପୋର୍ଟରେ କୁହାଯାଇଛି । ହତ୍ୟାରେ ୯ ଏମ.ଏମ ପିସ୍ତଲ ବ୍ୟବହାର କରାଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ସୂଚନାଥାଉକି, ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ମାମଲାରେ ଆଜି ସାରା ରାଜ୍ୟରେ ଆଇନଜୀବୀମାନେ କଲମ ଛାଡ ଆନ୍ଦୋଳନ କରିଛନ୍ତି । ଏବଂ ବିଭିନ୍ନ ଦାବି ମଧ୍ୟ ସରକାରଙ୍କ ପାଖରେ ରଖିଛନ୍ତି । ସୋମବାର  ରାତି ୧୦ଟାରେ ନିଜ ଘର ପାଖ ବୈକୁଣ୍ଠ ନଗର ମୁଖ୍ୟ ଗଳିରେ ସେ ଠିଆ ହୋଇଥିଲେ । ସେହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ପ୍ରଥମେ ଆସିଥିଲେ । ତାଙ୍କ ଉପରକୁ ଗୁଳି ମାରି ଘଟଣାସ୍ଥଳରୁ ଖସି ପଳାଇଥିଲେ । ସେଇଠି ହିଁ ସେ ବେହୋସ ହୋଇ ପଡିଯାଇଥିଲେ । ପାଖରେ ଥିବା ଲୋକମାନେ ତାଙ୍କ ନିକଟକୁ ଆସିଥିଲେ । ତାଙ୍କୁ ହସ୍ପିଟାଲକୁ ତୁରନ୍ତ ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୁଃଖର କଥା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking