27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବନ୍ୟାରେ ଭାସିଗଲା ବ୍ରିଜ୍‌; ୧୧ ମୃତ, ୩୦ ନିଖୋଜ

ବନ୍ୟାରେ ଭାସିଗଲା ବ୍ରିଜ୍‌; ୧୧ ମୃତ, ୩୦ ନିଖୋଜ

ବେଜିଂ: ଚୀନ୍‌ର ଶାନକ୍ସି ପ୍ରଦେଶରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଦିନକୁ ଦିନ ସାଂଘାତିକ ରୂପ ଧାରଣ କରିବାରେ ଲାଗିଛି । ରିପୋର୍ଟ ଅନୁସାରେ ଆଜି ଏଠାରେ ଜିନକିଆନ୍ ନଦୀରେ ବନ୍ୟାଜଳର ପ୍ରଖର ସ୍ରୋତ ଯୋଗୁ ଏକ ବ୍ରିଜ୍ ଭାସିଯିବା ଭଳି ଅଭାବନୀୟ ଦୁର୍ଘଟଣା ଘଟିଛି । ଏହି ଅଘଟଣରେ ପ୍ରାୟ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ୩୦ଜଣ ନିଖୋଜ ହୋଇଯାଇଥିବା ଚୀନ୍‌ର ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଏହି ବ୍ରିଜ୍‌ଟି ଏକ ରାଜପଥର ଅଂଶବିଶେଷ ରହିଥିବା ବେଳେ ପ୍ରଖର ବନ୍ୟାଜଳ ସ୍ରୋତରେ ଏହା ଭୁଶୁଡି ପଡିଥିଲା । ବ୍ରିଜ୍‌ଟି ଭୁଶୁଡ଼ିବା ସମୟରେ ଏହାର ଉପର ଦେଇ ଲୋକେ ଯାତାୟତ କରୁଥିଲେ । ଫଳରେ ସେହି ସମୟରେ ଲୋକେ ଜାଣିନପାରିବାରୁ ସେମନଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡିଛି । ସେହିପରି ଉଦ୍ଧାର ହୋଇଥିବା ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚୀନ୍‌ର ସରକାରୀ ସମ୍ବାଦ ଏଜେନ୍ସି ‘ଜିନହୁଆ’ ପ୍ରାଦେଶିକ ସୂଚନା ବିଭାଗ ଏସମ୍ପର୍କରେ ସୂଚନା ଦେଇଛି । ଖବର ଅନୁଯାୟୀ, ଉଦ୍ଧାରକାରୀ ଦଳ ନଦୀରେ ପଡ଼ିଥିବା ୫ଟି ଗାଡି ଉଦ୍ଧାର କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking