19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଥଣ୍ଡା ଯୋଗୁଁ ଚେତାଶୂନ୍ୟ ହୋଇପଡିଲେ ବର : ଭାଙ୍ଗିଗଲା ବାହାଘର

ଥଣ୍ଡା ଯୋଗୁଁ ଚେତାଶୂନ୍ୟ ହୋଇପଡିଲେ ବର : ଭାଙ୍ଗିଗଲା ବାହାଘର

ନୂଆଦିଲ୍ଲୀ : ରାଜ୍ୟରେ ବଢି ଚାଲିଛି ।  ଜାଡରେ ଥରୁଛି  ଉତ୍ତର ଭାରତ । ତେବେ ବିବାହ କରିବାକୁ ଆସିଥିବା ଜଣେ ବର  ଥଣ୍ଡା  ସହି ନପାରି  ଚେତାଶୂନ୍ୟ ହୋଇପଡିଥିଲେ । ଏଥିରେ ରାଗିଯାଇ ବିବାହ କରିବାକୁ ମନା କରି ଦେଇଥିଲେ କନିଆଁ। ଏଭଳି କିଛି ଘଟଣା ଘଟିଛି ଝାଡଖଣ୍ଡର ଦେବଘର ଅଞ୍ଚଳରେ। ଦେବଘର ଜିଲ୍ଲାର ମୋହନପୁର ବ୍ଲକ ଘୋରମାରା। ଏଠାରେ ପ୍ରବଳ ଥଣ୍ଡା ଏବଂ ଶୀତ ଲହରି ମଧ୍ୟରେ ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡିଥିଲା। ଥଣ୍ଡା ଯୋଗୁ ତାଙ୍କ ବିବାହ ହେବା ପୂର୍ବରୁ ଭାଙ୍ଗି ଯାଇଛି। ଘୋରମାରର ଅର୍ଣ୍ଣବ ନାମକ ଜଣେ ଯୁବକଙ୍କ ବିବାହ ଅଙ୍କିତା ନାମକ ଜଣେ ଝିଅ ସହ ହେବାର ଥିଲା। ଉଭୟ ପକ୍ଷଙ୍କ ସହମତିରେ ଏହି ବିବାହ ଏକ ଘରୋଇ ଉଦ୍ୟାନ କ୍ୟାମ୍ପସରେ ହୋଇଥିଲା। ବେଶ୍ ଧୁମ୍‌ଧାର ସହ ବିବାହ ପ୍ରସ୍ତୁତି ଚାଲିଥିଲା। ସମୟ ଅନୁଯାୟୀ ରୀତିନୀତି ଚାଲିଥିଲା।ହେଲେ କନିଆଁ କିନ୍ତୁ ତାଙ୍କ ସହ ସାତ ଫେରା ନେବାକୁ ମନା କରିଦେଇଥିଲେ। ଆଉ ବିବାହ ଭାଙ୍ଗି ଦେଇଥିଲେ। କନିଆଁର କହିବା କଥା ଥିଲା ଯେ, ପୁଅର କିଛି ଅସୁସ୍ଥତା ଅଛି ତେଣୁ ସେ ତାଙ୍କୁ ବିବାହ କରିବେ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking