20.1 C
Bhubaneswar
Saturday, December 6, 2025
Homeଓଡିଶାପୁଣି ଖଟିଆରେ ଅଣାଗଲା ମୃତଦେହ

ପୁଣି ଖଟିଆରେ ଅଣାଗଲା ମୃତଦେହ

ନବରଙ୍ଗପୁର: ପୁଣି ଖଟିଆରେ ବୁହା ହେଲେ ରୋଗୀ । ଚିକିତ୍ସାଧୀନ ଅବସ୍ଥାରେ ହେଲା ରୋଗୀଙ୍କ ମୃତ୍ୟୁ । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଜବାଗୁଡା ଗାଁରୁ ଆସିଲା ଅଭାବନୀୟ ଚିତ୍ର । ଗାଁକୁ ଏକ ଭଲ ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । କାଦୁଅ ପଚ ପଚ ରାସ୍ତାରେ ମୋବାଇଲ ଲାଇଟ୍ ଲଗେଇ ଖଟିଆରେ ୨ କିଲୋମିଟର ବୁହାହେଲେ ରୋଗୀ । ଡାକ୍ତରଖାନାରେ ପହଞ୍ଚିବାରୁ ବିଳମ୍ବ ହେବାରୁ ଶେଷରେ ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ହଠାତ ଗୁରୁତର ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା । ଖଟିଆରେ ବୁହା ହୋଇ ଲଳିତାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା । ପରେ ତାଙ୍କୁ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । କିନ୍ତୁ, ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ଓ ପରେ କୋରାପୁଟ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking