ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ ଯେଉଁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ଉଭୟଙ୍କ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ତାହା ଥିଲା ଏପରି-ମୃତ ଜାଭେଦ୍ ଏବଂ ପଲକ୍ ବୋକାରୋରୁ ହିଁ ପରିିଚିତ । ଦୁହିଁଙ୍କ ମଧ୍ୟରେ ୪ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ସେମାନେ ଲିଭ୍ ଇନ୍ ରିଲେସନ୍ରେ ରହୁଥିଲେ । ବଲାଙ୍ଗୀରରେ ମଧ୍ୟ ଉଭୟେ ଏକାଠି ରହୁଥିଲେ ।
ବାଇକ୍ରେ ସ୍ୱଚ୍ଛନ୍ଦରେ ବୁଲାବୁଲି କରୁଥିଲେ । ଅଭିଯୁକ୍ତମାନେ ସେମାନଙ୍କୁ ରହୁଥିବା ଭଡ଼ାଘରେ ଦୀର୍ଘ ଘଣ୍ଟା ଧରି ନିର୍ଯାତନା ଦେଇଥିଲେ । ପଲକ୍ ଚିତ୍କାର କରିବାରୁ ତାକୁ ବି ରାସ୍ତାରୁ ହଟାଇବାକୁ ଅଭିଯୁକ୍ତମାନେ ଚିନ୍ତା କରି ହତ୍ୟା କରିଥିଲେ । ମୃତ ଜାଭେଦ୍ ଏବଂ ପଲକ୍ ବୋକାରୋରୁ ହିଁ ପରିିଚିତ । ଦୁହିଁଙ୍କ ମଧ୍ୟରେ ୪ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ସେମାନେ ଲିଭ୍ ଇନ୍ ରିଲେସନ୍ରେ ରହୁଥିଲେ । ବଲାଙ୍ଗୀରରେ ମଧ୍ୟ ଉଭୟେ ଏକାଠି ରହୁଥିଲେ । ବାଇକ୍ରେ ସ୍ୱଚ୍ଛନ୍ଦରେ ବୁଲାବୁଲି କରୁଥିଲେ । ଅଭିଯୁକ୍ତମାନେ ସେମାନଙ୍କୁ ରହୁଥିବା ଭଡ଼ାଘରେ ଦୀର୍ଘ ଘଣ୍ଟା ଧରି ନିର୍ଯାତନା ଦେଇଥିଲେ ।
ପଲକ୍ ଚିତ୍କାର କରିବାରୁ ତାକୁ ବି ରାସ୍ତାରୁ ହଟାଇବାକୁ ଅଭିଯୁକ୍ତମାନେ ଚିନ୍ତା କରି ହତ୍ୟା କରିଥିଲେ । ଜାଭେଦ୍୭ଲକ୍ଷ ଟଙ୍କା ନେଇ ବବଲୁ କିଲ୍ଲୋକୁ ଆଉ ଛୁଆଁଧରା ଦେଉନଥିଲା । ମୁଖ୍ୟ ଅଭିଯୁକ୍ତ ବବଲୁ, ଗୌରବ ତିୱାରୀ ଏବଂ କୌଶଲ ବିହାରୀ ନାମରେ ବିହାର ଏବଂ ଝାରଖଣ୍ଡରେ ହତ୍ୟା, ଠକେଇ, ସଶସ୍ତ୍ର ଡକାୟତି ଭଳି ସଂଗୀନ ମାମଲା ରହିଛି । ମୃତ ଜାଭେଦ୍ ଥିଲା ବବଲୁର ପ୍ରମୁଖ ସହଯୋଗୀ । ଜାଭେଦ୍ ସହ ବ୍ଲାକ୍ମେଲିଂ ଏବଂ ଧମକଚମକ ମାମଲାରେ ପଲକ୍ ବି ସହଯୋଗୀ ଥିଲା । ସେମାନେ ବଲାଙ୍ଗୀରରେ ବି ଗଞ୍ଜେଇ କାରବାର ନେଟୱର୍କ ବିଛାଇ ଥିଲେ । ରହୁଥିବା ଭଡ଼ାଘରେ ଦେହବେପାର ବି ଚାଲୁଥିବା ସନ୍ଦେହ କରାଯାଉଛି । କାରଣ ଗିରଫ ଭଡ଼ାଘର ମାଲିକ ରାଜେନ୍ଦ୍ର ମଧ୍ୟ ଟଙ୍କା କାରବାର ନେଇ ଜାଭେଦ୍ ସହ ଟଣାଓଟରା ଚଳାଇଥିଲା । ନିଜ ଟଙ୍କା ଫେରି ପାଇବାକୁ ସେ ଅନ୍ୟ ଅଭିଯୁକ୍ତଙ୍କ ସହ ହାତ ମିଳାଇଥିଲା । ରାଜେନ୍ଦ୍ରର ଘରେ ଝାରଖଣ୍ଡ ଏବଂ ବିହାରରୁ ଅପରାଧୀ ଶ୍ରେଣୀର ଲୋକ ଆସି ଆଶ୍ରୟ ନେଉଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି ।