19.1 C
Bhubaneswar
Friday, February 13, 2026
Homeଅପରାଧନାବାଳିକାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ନାବାଳିକାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ରେମୁଣା ଅଧୀନ ଥାନା ବାଲଗୋପାଲପୁର ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ସ୍ଥାନୀୟ ଏକ ତିନି ମହଲା ପରିତ୍ୟକ୍ତ କୋଠାରୁ ଗତକାଲି ସଂଧ୍ୟାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାହା​ ଅନୁମାନ କରାଯାଉଛି, ତାଙ୍କର ଦୁଷ୍କର୍ମ ପରେ ହତ୍ୟା ହୋଇଛି। ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଜଣେ ନାବାଳିକା ଗତ ମଙ୍ଗଳବାର ଦିନ ସକାଳୁ ସ୍ଥାନୀୟ ନୂଆପାଢ଼ୀ ପଞ୍ଚାୟତର ଜଣେ ଯୁବକଙ୍କ ଦ୍ବାରା ଅପହରଣ ହୋଇଥିଲେ। ଯୁବକ ଜଣକ ପୁରୀ ତରକାରୀ ଖାଇବାକୁ ଦେବ‌ା ବାହାନାରେ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ବାପା ସେହିଦିନ ସଂଧ୍ୟାରେ ରେମୁଣା ଥାନାରେ ଏତଲା ଦେଇଥିଲେ। ଫଳରେ ପୁଲିସ ତଦନ୍ତ ଜାରି ରଖିଥିଲା। ତେବେ କୌଣସି ସୂତ୍ରରୁ ଶିଳ୍ପାଞ୍ଚଳସ୍ଥିତ ତିନି ମହଲା କୋଠାରେ ଅପହୃତା ନାବାଳିକାଙ୍କ ଶବ ପଡ଼ିଥିବା ଜାଣିବାକୁ ପାଇଥିଲା। ରାତି ପ୍ରାୟ ୮ଟା ବେଳେ ସେଠାକୁ ଯାଇ ଯାଞ୍ଚ କରିବାରୁ ନାବାଳିକାଙ୍କ ମୃତଦେହ ମିଳିଥିଲା। ଅନ୍ୟପଟେ ଖବର ପାଇ ଏସ୍‌ପି ସାଗରିକା ନାଥ ମଧ୍ୟ ସେଠାରେ ରାତି ପ୍ରାୟ ୯ଟା ବେଳେ ପହଞ୍ଚିଥିଲେ ଏବଂ ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ଏକ ପୁଲିସ୍‌ ଟିମ୍‌ ଓ ଶିଳ୍ପାଞ୍ଚଳ ସୁରକ୍ଷା ର୍କମୀ ଉକ୍ତ କୋଠା ସହ ଶବକୁ ଜଗି ରହିଛନ୍ତି। ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବ ବୋଲି କୁହାଯାଇଛି। ଉଲ୍ଲେଖ ଥାଉକି ଘଟଣା ବାବଦରେ କେହି ମୁହଁ ଖୋଲୁନାହାନ୍ତି। ହେଲେ ଯାହା ଜଣାପଡ଼ିଛି; ଅଭିଯୁକ୍ତ ଯୁବକ ଏବେ ପୁଲିସ୍‌ କବ୍‌ଜାରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking