ଖୋର୍ଦ୍ଧା: ରଣପୁର ରେଞ୍ଜରେ ହାତୀ ଛୁଆର ମୃତଦେହ ଠାବ। ମୟୁରଝାଲିଆ ଗାଁ ବୋରବରା ବନ୍ଧରେ ମିଲିଆ ମୃତଦେହ। ହାତୀ ଛୁଆ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ , ବନବିଭାଗ ପହଞ୍ଚି ଅଧିକ ତଦନ୍ତ କରୁଥିବା ନେଇ ସୂଚନା ରହିଛି । ତେବେ ହାତୀମୃତ୍ୟୁ ଦିନକୁ ଦିନ ବଢୁଥିବା ବେଳେ , କେତେବେଳେ , ଟ୍ରେନ ଦୁର୍ଘଟଣାରେ ହାତୀମାନଙ୍କ ମୃତ୍ୟୁ ଘଟୁଛି ତା ଆଉ କେତେବେଳେ , ଶିକାରୀ ମାନଙ୍କ ଯୋଗୁଁ । ତେବେ ଏ ନେଇ ବିଧାନସଭା ଗୃହରେ ମଧ୍ୟ ଆଲୋଚନା ହୋଇଛି । ତେବେ ଏହି କିଛି ଦିନ ପୂର୍ବରୁ ପରିବେଶ , ଜଙ୍ଗଲ ମନ୍ତ୍ରୀ ରାମ ସିଂ ଖୁଣ୍ଟିଆ ହାତୀ ମାନଙ୍କ ପାଇଁ ଜଙ୍ଗଲ କରାଯିବ ବୋଲି କହିଥିବାର ଶୁଣିବାକୁ ମିଳିଥିଲା । ତେବେ ଆଜି ପୁଣି ଏକ ହାତୀଛୁଆ ର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି ।










