24.1 C
Bhubaneswar
Saturday, March 21, 2026
Homeଓଡିଶାଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ନିକଟରେ ଅଘଟଣ । ଖବରପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଘଟଗାଁ ଥାନା ହାଟପଡିଆ ଦେଇ କିଛି ଲୋକ ଯିବା ସମୟରେ ଏକ ଅଜଣା ମୃତଦେହ ପଡ଼ିଥିବାର ଦେଖିଥିଲେ। ଏହାପରେ ସେହି ଲୋକମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଏବେ ଯାଏଁ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ ଏବଂ ମୃତକଙ୍କ ପରିଚୟ ମଧ୍ୟ ମିଳିନାହିଁ। ତେଣୁ ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking