16.1 C
Bhubaneswar
Tuesday, January 20, 2026
Homeଓଡିଶାଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ବୋର୍ଡ

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ବୋର୍ଡ

ଭୁବନେଶ୍ୱର :  ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ । ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ବୋର୍ଡ। ତେବେ ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ। ସ୍କୁଲ କର୍ତ୍ତୃପକ୍ଷ ନିଜସ୍ୱ ପ୍ରଶ୍ନପତ୍ର ପ୍ରସ୍ତୁତ କରିପାରିବେ। ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ବୋର୍ଡ।

ବୋର୍ଡ ସୂଚନାନୁସାରେ, ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ଦଶମ ଷାଣ୍ମାସିକ ପରୀକ୍ଷା ଅନୁଷ୍ଠିତ ହେବ। କିନ୍ତୁ ବୋର୍ଡ ଗତବର୍ଷ ଭଳି ପ୍ରଶ୍ନପତ୍ର ଯୋଗାଇବ ନାହିଁ। ଏଥର ସ୍କୁଲ ନିଜସ୍ବ ପ୍ରଶ୍ନପତ୍ର ତିଆରି କରିପାରିବ। ତେବେ ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା। ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଚଳିତ ବର୍ଷଠୁ ପୁଣି ଆରମ୍ଭ ହେବ ବୋଲି ବୋର୍ଡ ସୂତ୍ରରୁ ଏକ ସୂଚନା ମିଳିଛି।

ଏହାଛଡ଼ା, ୨୦୧୬ରୁ ଧାର୍ଯ୍ୟ ହୋଇଥିବା ୪୨୦ଟଙ୍କା ପରିବର୍ତ୍ତେ ଅଧିକ ଟଙ୍କା ଆଦାୟ ପାଇଁ ମଧ୍ୟ ବୋର୍ଡ ପକ୍ଷରୁ ଯୋଜନା ଚାଳିଥିବା ଜଣାପଡିଛି। ପାଖାପାଖି ୮ଶହ ଟଙ୍କା ପରୀକ୍ଷା ଫି’ ଏଥର ଆଦାୟ ହେବ ବୋଲି ଆକଳନ କରାଯାଇଛି। ବୋର୍ଡର ଜଣେ ଅଧିକାରୀଙ୍କ କହିବା ମୁତାବକ, ପ୍ରଶ୍ନପତ୍ର ଚୟନ, ପ୍ରଶ୍ନପତ୍ର ଛପା, ଆଡମିଟ୍‌ କାର୍ଡ ପ୍ରସ୍ତୁତି, ପରୀକ୍ଷା ଆୟୋଜନ, ସେଣ୍ଟରରେ ପରୀକ୍ଷା ନିରୀକ୍ଷକ ନିୟୋଜନ, ପ୍ରଶ୍ନପତ୍ରଗୁଡ଼ିକୁ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରକୁ ପଠାଇବା, ପର୍ଯ୍ୟବେକ୍ଷକ ଏବଂ ସ୍କ୍ବାର୍ଡ ଗସ୍ତ ଖର୍ଚ୍ଚ, ଉତ୍ତର ଖାତା ମୂଲ୍ୟାୟନ, ଟାବୁଲେସନ, ସାର୍ଟିଫିକେଟ ପ୍ରସ୍ତୁତି ଆଦି ପାଇଁ ପୂର୍ବ ଅପେକ୍ଷା ଖର୍ଚ ବହୁ ପରିମାଣରେ ବଢ଼ିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking