25.1 C
Bhubaneswar
Sunday, April 5, 2026
Homeଅପରାଧଧକ୍କା ଦେଲା ବିଏମଡବ୍ଲୁ ; ଚାଲିଗଲା ଯୁବକଙ୍କ ଜୀବନ

ଧକ୍କା ଦେଲା ବିଏମଡବ୍ଲୁ ; ଚାଲିଗଲା ଯୁବକଙ୍କ ଜୀବନ

ମୁମ୍ବାଇ : ଧକ୍କା ଦେଲା ବିଏମଡବ୍ଲୁ ଫଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୁମ୍ବାଇରେ ଦ୍ରୁତ ଗତିରେ ଆସୁଥିବା ଏକ ବିଏମଡବ୍ଲୁ କାର ଧକ୍କା ହେବା ପରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଜୁଲାଇ ୨୦ ତାରିଖରେ ସହରର ୱର୍ଲି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ପୀଡିତା ଜଣଙ୍କ ୨୮ ବର୍ଷୀୟ ବିନୋଦ ଲାଡ ବୋଲି ଜଣାପଡ଼ିଛି। ସବିଶେଷ ତଥ୍ୟ ଅନୁଯାୟୀ, ଦୁର୍ଘଟଣାର ସାତ ଦିନ ପରେ ଜୁଲାଇ ୨୭ରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ ଏହି ଘଟଣା ଚର୍ଚ୍ଚାକୁ ଆସିଛି। ବିନୋଦଘରକୁ ଫେରୁଥିବା ବେଳେ ତାଙ୍କ ଦୁଇ ଚକିଆ ଯାନକୁ ପଛରୁ ଏକ କାର ଧକ୍କା ଦେଇଥିଲା। କିରଣ ଇନ୍ଦୁଲକର ନାମକ ଅଭିଯୁକ୍ତ ବିନୋଦଙ୍କୁ ଗୁରୁତର ଆହତ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।ତାଙ୍କୁ କିଛି ସ୍ଥାନୀୟ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଏକ ସପ୍ତାହ ପରେ ସେ ଚିକିତ୍ସିତ ଥିବା ଅବସ୍ଥାରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଇନ୍ଦୁଲକରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ତାଙ୍କୁ ଗିରଫ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking