28.1 C
Bhubaneswar
Thursday, April 2, 2026
Homeଅପରାଧସ୍କୁଲ ପଛ ପଟୁ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ସ୍କୁଲ ପଛ ପଟୁ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ନବରଙ୍ଗପୁର : ପୁଣି ଏକ ଲଜ୍ଜାକର ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁରେ ଘଟିଛି। ଜଣେ ୧୧ ବର୍ଷର ନାବାଳିକାଙ୍କ ମୃତଦେହ ଏକ ବୁଦା ମୂଳରୁ ଠାବ ହୋଇଛି। ତେବେ ସ୍କୁଲ ପଛ ଏକ ବୁଦା ମୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ କିଛି ଲୋକ ଦେଖିବାକୁ ପାଇଥିଲେ। ତେଣୁ ତୁରନ୍ତ ମୃତ ଯୁବତୀଙ୍କ ପରିବାର ଏବଂ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଦୁଷ୍କର୍ମ ପରେ ନାବାଳିକା ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଝିଅର ମୃତ୍ୟୁ ଖବର ପାଇ ପରିବାର ମଧରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଏ ସମ୍ପର୍କରେ ଅଭିଯୁକ୍ତକୁ ଯଥା ଶୀଘ୍ର ଧରିବା ପାଇଁ ଅଧିକ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking