23.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆଖି ବୁଜିଲା କାଲରାପତରିଆ ବାଘ

ଆଖି ବୁଜିଲା କାଲରାପତରିଆ ବାଘ

ଛତିଶଗଡ଼: ଓଡିଶା ଛତିଶଗଡ଼ ସୀମାନ୍ତ ଉଦନ୍ତୀ ସୀତାନଦି ଅଭୟରଣ୍ୟ ରଉରୁତୁଲି ଘାଟ ନିକଟରେ ଏକ ଅଜ୍ଞାତ ଗାଡି ଧକ୍କାରେ ଆହତ ହୋଇଥିବା କଲରାପତରିଆ ବାଘର ମୃତ୍ୟୁ। ରାୟପୁର ଜଙ୍ଗଲ ସଫାରିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛି ବାଘ । ସୂଚନା ଅନୁସାରେ, ସକାଳ ପ୍ରାୟ ୫ ଟା ବେଳେ କଲରାପତରିଆ ବାଘ ଗୁରୁତର ଆହତ ହୋଇଥିବା ଖବର ବନ ବିଭାଗ ପାଇ, ବିଭାଗ ର ଏକ ଦଳ ଏହାକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଗରିଆବନ୍ଧଠାରେ ପ୍ରାଥମିକ ଚିକିତ୍ସା କରିଥିଲେ । କଲରାପତରିଆ ବାଘ ର ଅବସ୍ଥା ବିଗିଡି ଚାଲିଥିବାରୁ ବନ ବିଭାଗ ଉନ୍ନତ ଚିକିତ୍ସା ପାଇଁ ଏହାକୁ ରାୟପୁର ଜଙ୍ଗଲ ସଫାରିକୁ ପଠାଇ ଦେଇଥିଲେ ।  ଡାକ୍ତରଙ୍କ ଦଳ ସେଠାରେ ପହଞ୍ଚିବା ମାତ୍ରେ ସେମାନେ ତୁରନ୍ତ  ଆବଶ୍ୟକ ଚିକିତ୍ସା ଆରମ୍ଭ କରିଥିଲେ, କିନ୍ତୁ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବା ଯୋଗୁଁ କଲରାପତରିଆ ବାଘ  ମୃତ୍ୟୁର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking