ନୂଆଦିଲ୍ଲୀ : ସ୍ବାମୀକୁ ପର କରି ପରପୁରୁଷ ପ୍ରେମରେ ପଡ଼ିଥିଲେ । ପଡ଼ୋଶୀ ସହ ମହିଳା କରୁଥିଲେ ପରକୀୟାପ୍ରୀତି । ଧରା ପଡ଼ିବା ପରେ ହେଲେ ନିନ୍ଦିତ । ସ୍ବାମୀ ରଖିଲାନି କି, ପ୍ରେମିକ ପଚାରିଲାନି । ଶେଷରେ ଆତ୍ମହତ୍ୟାକୁ ଶେଷ ପନ୍ଥା ଭାବେ ଆପଣାଇଲେ । ବିହାରର ବାଙ୍କା ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ମୃତ ମହିଳା ଜଣକ ହେଲେ ଲାଡୋ ଖାତୁନ୍ । ତାଙ୍କ ସ୍ବାମୀ ମହମ୍ମଦ ହାସିବ। ପୁଲିସ ମୃତଦେହକୁ ଉଦ୍ଧାର କରିଥିବାବେଳେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ମାତ୍ର ୧୦ ମାସ ତଳେ ମହିଳା ଜଣକ ବିବାହ କରିଥିଲେ । ସ୍ବାମୀଙ୍କ ସହ କିଛିଦିନ ଭଲରେ ଚଳିଥିଲେ ।
ପରେ ପଡୋଶୀ ଗୁଫ୍ରାନଙ୍କ ସହ ତାଙ୍କର ସମ୍ପର୍କ ବଢ଼ିଥିଲା । ବାରମ୍ବାର ଏଭଳି କାମ କରିଥିଲେ କି, ସମସ୍ତେ ସନ୍ଦେହ କରିଥିଲେ । ଶେଷରେ ସେମାନେ ସ୍ବାମୀଙ୍କ ହାବୁଡ଼ରେ ପଡ଼ିଥିଲେ । ସେ ଉଭୟଙ୍କୁ ଧରିଥିବାବେଳେ ଗ୍ରାମସଭା ଡକାଇଥିଲେ । ଏବଂ ଆଉ ତାଙ୍କ ସହ ରହିବେ ନାହିଁ ବୋଲି କହିଥିଲେ । ଏହାପରେ ମହିଳାଙ୍କ ପ୍ରେମିକଙ୍କୁ ପଚରା ଯାଇଥିବାବେଳେ ସେ ମଧ୍ୟ ରଖିବାକୁ ମନା କରିଥିଲେ । ପଞ୍ଚାୟତରୁ ଅପମାନ ଏବଂ ଅନ୍ଧାର ଭବିଷ୍ୟତ ଭୟରେ, ଲାଡୋ ବିଳମ୍ବିତ ରାତିରେ ବିଷ ପିଇ ଦେଇଥିଲେ। ତାଙ୍କ ପରିବାର ଲୋକ ତୁରନ୍ତ ତାଙ୍କୁ ଭାଗଲପୁରର ମାୟାଗଞ୍ଜ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ଗୁରୁବାର ସକାଳେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ସେମାନେ ଅଭିଯୁକ୍ତ ଗୁଫ୍ରାନ ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।









