ଗଜପତି : ପୋଲ ବାଡକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସିଲା ବାଇକ ଚାଳକ । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଗଜପତିି ଜିଲ୍ଲା ମୋହନା ସ୍ଥିତ ଲେଡବନ୍ଧ ନିକଟରେ । ମୃତ ବାଇକ ଆରୋହୀଙ୍କର ପରିଚୟ ମିଳିନାହିଁ। ଗତକାଲି ରାତିରେ ପୋଲ ଉପରେ ବାଇକ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ସ୍ଥାନୀୟ ଲୋକେ ପୁଲିସ ଓ ମୋହନା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।। ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ପୋଲ ତଳୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବାଇକ୍ ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏଥିସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି।