26.1 C
Bhubaneswar
Saturday, April 4, 2026
Homeଓଡିଶାଭାରସାମ୍ୟ ହରାଇ ଗଛକୁ ଧକ୍କାଦେଲା ବାଇକ-ଦୁଇ ମୃତ

ଭାରସାମ୍ୟ ହରାଇ ଗଛକୁ ଧକ୍କାଦେଲା ବାଇକ-ଦୁଇ ମୃତ

ମୟୁରଭଞ୍ଜ : ପବିତ୍ର ରକ୍ଷାବନ୍ଧନକୁନେଇ ସମସ୍ତଙ୍କ ମନରେ ଆନନ୍ଦଉଲ୍ଲାସ ଭାରିଯାଇଥିବା ବେଳେ ଅନ୍ୟପଟେ ବାଇକ ଦୁର୍ଘଟଣାରେ ମୃତ ଦୁଇ ଯୁବକଙ୍କ ପରିବାରରେ ଲାଗିଛି କାନ୍ଦବୋବାଳି। ବିଚିତ୍ର ନୀୟତିର ଗତି । ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଅଟାରେ ତେଣିକି ଯାଇ ନ୍ୟାୟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଖେଜୁରୀଗଛକୁ ଧକ୍କାଦେଇ ରାସ୍ତା କଡ ବିଲରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳାଇ ଦେଇଛି। ତେବେ ମୋରଡା ଥାନା ଅଧିନ ପାରିଆଉଡା ଠାରେ ବିଳମ୍ବିତ ରାତିରେ ବାଇକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା । ବାଇକରେ ଥିବା ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ବିଳମ୍ବିତ ରାତିରେ ପାରିଆଉଡା ନିକଟରେ ଥିବା ଏକ ଖଜୁରୀ ଗଛକୁ ବାଇକ ଚାଳକ ଭାରସାମ୍ୟ ହରାଇ ଧକ୍କା ଦେଇ ରାସ୍ତା ତଳକୁ ଖସି ପାଣିରେ ପଡ଼ିଥିବା ସହିତ ବାଇକ ପଛରେ ଥିବା ବ୍ୟକ୍ତି ମଧ୍ୟ ରାତିସାରା ପାଣି ପଡିରହିଥିଲେ । ଦୁର୍ଘଟଣା ଘଟିଥିବା ସ୍ଥାନଟି ଏକ ନିଛାଟିଆ ଜାଗା ଥିବାରୁ କାହା ନଜରରେ ପଡ଼ିନଥିଲା ଘଟଣା । ମାତ୍ର ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଚିତ୍ରଡା ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚି ପାଣିରେ ପଡ଼ିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ଜଣାପଡିଛି । ତେବେ ଦୁର୍ଘଟଣାଗ୍ରସ୍ତ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅପରପକ୍ଷରେ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ । ତେବେ ପୋଲିସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାଇକକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking