21.1 C
Bhubaneswar
Sunday, December 21, 2025
Homeଓଡିଶାବ୍ୟାଟେରି ସ୍କୁଟିରେ ଲାଗିଲା ନିଆଁ

ବ୍ୟାଟେରି ସ୍କୁଟିରେ ଲାଗିଲା ନିଆଁ

କଟକ: କଟକ ତ୍ରିଶୁଳିଆ ପୋଲ ଉପରେ ଚଳନ୍ତା ବ୍ୟାଟେରି ସ୍କୁଟିରେ ଲାଗିଗଲା ନିଆଁ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଡ଼ି ଚାଳକ। ଏପରି ଘଟଣା ଘଟିଛି ଆଜି ସକାଳେ । ବ୍ୟକ୍ତି ଜଣଙ୍କ ତ୍ରିଶୁଳିଆରୁ କଟକ ଅଭିମୁଖେ ଆସୁଥିଲେ। ହଠାତ୍ ସ୍କୁଟିରେ ନିଆଁ ଲାଗିଯାଇଥିଲା। ଚାଳକ ଏହା ଜାଣିପାରି ଗାଡ଼ି ଛାଡ଼ି ପଳାଇ ଯାଇଥିଲେ। ପରେ ରାସ୍ତାରେ ଉପରେ ବ୍ୟାଟେରି ସ୍କୁଟିକୁ ହୁତୁ ହୁତୁ ହୋଇ ଜଳିଯାଇଥିଲା। ଚାଳକ ଜଣଙ୍କ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ସ୍କୁଟିରେ କିପରି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ଏହି ନିଆଁ  ଲାଗିଥିବା ସନ୍ଦେହ କରାଯାଉଛି।  ନିଆଁରେ ଗାଡ଼ିଟି ପୋଡ଼ି ପାଉଁଶ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking