20.1 C
Bhubaneswar
Wednesday, December 25, 2024
Homeଓଡିଶାଦୁର୍ନୀତି ନିବାରଣ ବିଭାଗ ଓ ଏନ୍ ସି ସି ର ମିଳିତ ସହଯୋଗରେ ସଚେତନତା...

ଦୁର୍ନୀତି ନିବାରଣ ବିଭାଗ ଓ ଏନ୍ ସି ସି ର ମିଳିତ ସହଯୋଗରେ ସଚେତନତା ରାଲି ଅନୁଷ୍ଠିତ

ଯାଜପୁର: ଭିଜିଲାନ୍ସ ବିଭାଗ ଓ ବ୍ୟାସନଗର ମହାବିଦ୍ୟାଳୟ ର ଏନ୍ ସି ସି ବିଭାଗ ର ମିଳିତ ସହଯୋଗରେ ଦୁର୍ନୀତି ନିବାରଣ ସମ୍ବନ୍ଧରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଅଛି। କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସପନ କୁମାର ନନ୍ଦ ସବୁଜ ପତାକା ଦେଖାଇ ରାଲିକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ର ଆରମ୍ଭରେ ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଅତିଥିମାନଙ୍କ ର ପରିଚୟ ପ୍ରଦାନ କରିବା ସହିତ ଦୁର୍ନୀତି ନ କରିବା ପାଇଁଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଯାଜପୁର ଭିଜିଲାନ୍ସ ବିଭାଗ ର ଡି ଏସ୍ ପି ଶ୍ରୀଯୁକ୍ତ ସୁଶିଲ କୁମାର ଏକା ସମାଜର ପ୍ରତ୍ୟେକ ନାଗରିକ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦ୍ବିବେଦୀ ଏ ଅବସରରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଏ ଡି ଏମ୍ ଶ୍ରୀଯୁକ୍ତ ନନ୍ଦ ଦୁର୍ନୀତି ର ମୂଳୋତ୍ପାଟନ ପାଇଁ ସମସ୍ତେ ବଜ୍ରଶପଥ ନେବା ଆବଶ୍ୟକ ବୋଲି କହିଥିଲେ। ଏ ସମ୍ଵନ୍ଧରେ ଏକ ସଚେତନତା ରଥ ପରିକ୍ରମା କରିବା ସହିତ ଉକ୍ତ ରାଲିରେ ୧୫୦ ଏନ୍ ସି ସି କ୍ୟାଡେଟ, ୫୦ ଜଣ ଏନ୍ ଏସ୍ ଏସ୍ ଭଲ୍ୟୂଣ୍ଟର ଓ ୧୦୦ ସାଧାରଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ସଚେତନତା ରାଲି ବ୍ୟାସନଗର ମହାବିଦ୍ୟାଳୟ ରୁ ବାହାରି ଚୋରଦା ଛକ,ମଣିଶ୍ରୀ ପାଥୋଲାବ୍ , ଦୂର୍ଗା ମନ୍ଦିର ଓ ସବ୍ ରେଜିଷ୍ଟ୍ରାର ଅଫିସ୍ ଓ ଧବଳଗିରି ଛକ ଦେଇ ପୁନଶ୍ଚ ବ୍ୟାସନଗର ମହାବିଦ୍ୟାଳୟ ରେ ପହଞ୍ଚିଥିଲା। କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଦୁର୍ନୀତି ନିବାରଣ ବିଭାଗ ର ଇନିସ୍ପେକ୍ଟର ଶ୍ରୀମତୀ ସୁଲୋଚନା ନାୟକ ଏ ଏସ୍ ଆଇ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ନାୟକ ସିଟିଓ ଶଶିକାନ୍ତ ଲେଙ୍କା ଓ ଲିପ୍ସା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ସହଯୋଗ କରିଥିଲେ। ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଦୁର୍ନୀତି ନିବାରଣ ପାଇଁ ଶପଥ ନେବା ସହିତ ରାଲିରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking