19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଅଡି ଚାଳକ ନେଲେ ଡେଲିଭରୀ ବଏଙ୍କ ଜୀବନ

ଅଡି ଚାଳକ ନେଲେ ଡେଲିଭରୀ ବଏଙ୍କ ଜୀବନ

ପୁଣେ: ମହାରାଷ୍ଟ୍ରର ପୁଣେରେ ‘ହିଟ୍ ଆଣ୍ଡ ରନ’ର ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ସଡ଼କ ଦୁର୍ଘଟଣାରେ ଫୁଡ ଡେଲିଭରୀ ବଏଙ୍କ ମୃତ୍ୟୁ ହୋଇଛି। ପୁଣେ ସହରର ମୁଣ୍ଡୱା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକଜଣକ ହେଲେ ରାଉଫ ଶେଖ । ସୂଚନାନୁସାରେ, ଏକ ଅଡି କାର୍ ଡ୍ରାଇଭର ପ୍ରଥମେ ସ୍କୁଟରରେ ଯାଉଥିବା ତିନି ଜଣଙ୍କୁ ଧକ୍କା ଦେଇ ଆହତ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲା। କିଛି ବାଟ ଯିବା ପରେ କାରଟି ରାଉଫ ଶେଖଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ରାତି ପ୍ରାୟ ୧.୩୦ରେ ଘଟିଥିବା ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । କିନ୍ତୁ ସିସିଟିଭି ଫୁଟେଜ ଆଧାରରେ ବିଳାସପୂର୍ଣ୍ଣ କାରର ଡ୍ରାଇଭରକୁ ଗିରଫ କରାଯାଇଥିବା କହିଛି ପୁଲିସ।

ପୁଲିସର କହିବା ମୁତାବକ, ପୁଣେ ସଡ଼କ ଦୁର୍ଘଟଣାର ଅଭିଯୁକ୍ତର ନାମ ଆୟୁଷ ତୟାଲ। ଆୟୁଷକୁ ଗିରଫ କରାଯିବ ସହ ତାର ଗାଡି ମଧ୍ୟ ଜବତ କରାଯାଇଛି। ଏହା ସହିତ ଅଭିଯୁକ୍ତ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଦୁର୍ଘଟଣା ବେଳେ ଅଭିଯୁକ୍ତ ମଦ୍ୟପାନ କରିଥିବା ନେଇ ସନ୍ଦେହ କରାଯାଉଥିବାରୁ ଏବେ ତାକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିବା କହିଛି ପୁଲିସ। ପୁଣେର ଅତିରିକ୍ତ ପୁଲିସ କମିଶନର ମନୋଜ ପାଟିଲ କହିଛନ୍ତି ଯେ, “ଦୁର୍ଘଟଣା ପରେ କାର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କିନ୍ତୁ ପରେ ପୁଲିସ ତାକୁ ଗିରଫ କରିଥିଲା। ଏବେ ଘଟଣାର ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking