ଭୁବନେଶ୍ୱର : ଗତକାଲିର ହୋହଲ୍ଲା ପରେ ବିଧାନସଭା ସ୍ୱାଭାବିକ ଭାବେ ଚାଲିଛି । ଗୃହରେ ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି ବିଭାଗୀୟ ମନ୍ତ୍ରୀ । ସେପଟେ ଆଜି ଶୂନ୍ୟକାଳରେ ବିଜୁ ଜୟନ୍ତୀ ଏବଂ ପଞ୍ଚୟତିରାଜ ଦିବସ ସଂପର୍କୀୟ ମୁଲତବି ପ୍ରସ୍ତାବ ଦେଇଛି ବିଜେଡି । ପଞ୍ଚାୟତିରାଜ ମନ୍ତ୍ରୀ ଏହା ଉପରେ ଜବାବ ରଖିବେ । ଅନ୍ୟପଟେ ତାରାଙ୍କ ନିଲମ୍ବନ ପ୍ରସଙ୍ଗରେ ବାଚସ୍ପତିଙ୍କୁ ଭେଟିଛନ୍ତି ବିଜେଡି ବିଧାୟକ ା ତାରାଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ।