29.1 C
Bhubaneswar
Monday, February 9, 2026
Homeଖେଳଭାରତରେ ହେବ ଏସୀୟ ମହିଳା ହ୍ୟାଣ୍ଡବଲ୍ ଚାମ୍ପିଅନ୍‌ଶିପ୍‌

ଭାରତରେ ହେବ ଏସୀୟ ମହିଳା ହ୍ୟାଣ୍ଡବଲ୍ ଚାମ୍ପିଅନ୍‌ଶିପ୍‌

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ୨୦ତମ ଏସୀୟ ମହିଳା ହ୍ୟାଣ୍ଡ୍‌ବଲ୍ ଚାମ୍ପିଅନ୍‌ଶିପ୍ ଚଳିତ ବର୍ଷ ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ। ଚାମ୍ପିଅନ୍ ପ୍ରଥମେ କଜାଖ୍‌ସ୍ତାନର ଆଲ୍‌ମାଟିରେ ହେବାର ଥିଲା। ମାତ୍ର ଅପ୍ରତ୍ୟାଶିତ ପରିସ୍ଥିତି କାରଣ ଏହାକୁ ସ୍ଥାନାନ୍ତରିତ କରାଯାଇଛି, ଯାହା ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି।

ଭାରତ ବ୍ୟତୀତ ପ୍ରତିଯୋଗିତାରେ ଇରାନ୍‌, ସାଉଥ୍ କୋରିଆ, ଚୀନ୍‌, ଜାପାନ, କଜାଖସ୍ତାନ, ହଂକଂ ଏବଂ ସିଙ୍ଗାପୁର ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ଏବଂ ଏହା ଜର୍ମାନୀ ଏବଂ ନେଦରଲାଣ୍ଡ୍‌ସରେ ହେବାକୁ ଥିବା ୨୦୨୫ ଆଇଏଫ୍‌ଏଫ୍ ବିଶ୍ୱ ମହିଳା ହ୍ୟାଣ୍ଡବଲ୍ ଚାମ୍ପିଅନ୍‌ଶିପ୍ ପାଇଁ କ୍ୱାଲିଫାଇଙ୍ଗ୍ ଇଭେଣ୍ଟ୍ ହେବ। ଭାରତ ଚାମ୍ପିଅନ୍‌ଶିପ୍‌ରେ ଅଷ୍ଟମ ଥର ପାଇଁ ଭାଗ ନେବାକୁ ଯାଉଥିବା ବେଳେ ଘରୋଇ ମାଟିରେ ଏହାକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ରହିବ। ଚାମ୍ପିଅନ୍‌ଶିପ୍‌ର ଶୀର୍ଷ ଚାରି ଟିମ୍ ବିଶ୍ୱ ଚାମ୍ପିଅନ୍‌ଶିପ୍ ପାଇଁ ସିଧା ଯୋଗ୍ୟତା ହାସଲ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking