32.1 C
Bhubaneswar
Friday, March 6, 2026
Homeଓଡିଶାଛାତ୍ର କଂଗ୍ରେସ ସମ୍ପାଦକ ଶ୍ରୀ ସ୍ୱାଇଁଙ୍କ ଗିରଫ ସମ୍ପୂର୍ଣ୍ଣ ବେଆଇନ

ଛାତ୍ର କଂଗ୍ରେସ ସମ୍ପାଦକ ଶ୍ରୀ ସ୍ୱାଇଁଙ୍କ ଗିରଫ ସମ୍ପୂର୍ଣ୍ଣ ବେଆଇନ

ଭୁବନେଶ୍ୱର : କେନ୍ଦ୍ର ଗୃହ ତଥା ସହଯୋଗ ମନ୍ତ୍ରୀ ଅମିତ ଶାହାଙ୍କ ଆସନ୍ତା 7 ତାରିଖ ଓଡିଶା ଗସ୍ତ ପୂର୍ବରୁ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ସ୍ପନ୍ଦନ କୁମାର ସ୍ୱାଇଁଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି lଛାତ୍ର କଂଗ୍ରେସ ସମ୍ପାଦକଙ୍କୁ କୌଣସି କାରଣ ନଥାଇ ବିନା ୱାରେଣ୍ଟରେ ଗିରଫ କରିବା ସମ୍ପୂର୍ଣ ବେଆଇନ ତଥା ଅଗଣତାନ୍ତ୍ରିକ ବୋଲି କଂଗ୍ରେସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି, ବିଜ୍ଞପ୍ତିରେ ପୁଣି କୁହାଯାଇଛି ଯେ, ଜନନେତା ରାହୁଲ ଗାନ୍ଧୀଙ୍କ ନିର୍ଭୀକ ସାଲିସବିହୀନ ରାଜନୀତିରେ ବିଜେପି ଭୟଗ୍ରସ୍ତ l ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତୃଣମୂଳ ସ୍ତରରେ ବିଜେପିର କୁଶାସନ ବିରୁଦ୍ଧରେ ଜୋରଦାର ସଂଗ୍ରାମ ଆରମ୍ଭ କରିଦେଇଛନ୍ତି ତେଣୁ ବିଜେପି ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରି କଂଗ୍ରେସର ଗଣତାନ୍ତ୍ରିକ ବିରୋଧକୁ ଦମନ କରିବାକୁ ପ୍ରୟାସ କରୁଛି l ପୁଲିସ ପ୍ରଶାସନଙ୍କ ଛାତ୍ର କଂଗ୍ରେସ ସମ୍ପାଦକ ଶ୍ରୀ ସ୍ୱାଇଁଙ୍କ ବେଆଇନ ଗିରଫଦାରିକୁ କଂଗ୍ରେସ କଡା ସମାଲୋଚନା କରିବା ସହ ଅତିଶୀଘ୍ର ତାଙ୍କୁ ମୁକ୍ତ କରାଯାଉ ବୋଲି ଦାବୀ କରୁଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking