28.1 C
Bhubaneswar
Tuesday, April 1, 2025
Homeଓଡିଶାଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିଯୁକ୍ତି ଚୁକ୍ତି ଭିତ୍ତିକ

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିଯୁକ୍ତି ଚୁକ୍ତି ଭିତ୍ତିକ

ଭୁବନେଶ୍ୱର: ରାଜ୍ୟର ୨୯ ଜିଲ୍ଲାରେ ଚୁକ୍ତିଭିତ୍ତିକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଛନ୍ତି । କେନ୍ଦୁଝର ଜିଲ୍ଲାରେ ଶିଶୁ ସୁରକ୍ଷା ଅଧିକାରୀ ପଦବୀଟି ଖାଲି ପଡିଥିବାବେଳେ କୋରାପୁଟ ଜିଲ୍ଲା ଶିଶୁଙ୍କ ସୁରକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଛି ଏବଂ ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ପ୍ରାପ୍ତ ଅଭିଯୋଗ ବିଚାରାଧିନ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ମୋଟ୍‍ ୨୯ଜଣ ଜିଳ୍ଲା ଶିଶୁ ସୁରକ୍ଷା ଅଧିକାରୀ କାର୍ଯ୍ୟରତ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୭ଜଣ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଛନ୍ତି ।

୨୦୧୩ ମସିହାରେ ୨୨ଜଣ, ୨୦୧୯ ମସିହାରେ ୩ଜଣ ନିଯୁକ୍ତ ହୋଇଛନ୍ତି । ଏହାଛଡା ୨୦୨୫ ମସିହାରେ ଆଉଟସୋର୍ସିଂ ଜରିଆରେ ୨ଜଣ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଯୁକ୍ତ ହୋଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରାପ୍ତ ହୋଇଛି । ତାଙ୍କ ବିରୁଦ୍ଧରେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀମାନଙ୍କୁ ନିର୍ଯ୍ୟାତନା ଦେବା ଏବଂ ମାନସିକ ଚାପ ପକାଇବାର ଅଭିଯୋଗ ଆସିଛି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସତ୍ୟାସତ୍ୟ ଜଣାଇବାପାଇଁ ଗତବର୍ଷ ଡିସେମ୍ବର ୧୦ତାରିଖରେ କୋରାପୁଟ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ତଦନ୍ତ ରିପୋର୍ଟ ହସ୍ତଗତ ହୋଇନାହିଁ । ସେହିଭଳି ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅର୍ନ୍ତଯାମୀ ବଳିୟାରସିଂହଙ୍କ ବିରୁଦ୍ଧରେ ଅର୍ଥ ତୋଷାରପାତ ଅଭିଯୋଗ ଆସିଛି । ଏହି ଅଭିଯୋଗଟି ମହିଳା ଓ ଶିଶୁ ବିକାଶ ବିଭାଗ ନିକଟରେ ବିଚାରାଧିନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking