24.1 C
Bhubaneswar
Sunday, April 5, 2026
Homeଓଡିଶାଶେଷ ହେଲା ସର୍ବଦଳୀୟ ବୈଠକ : ଶାନ୍ତି ଶୃଙ୍ଖଳାରେ ଅଧିବେସନ ସମ୍ପନ୍ନ ପାଇଁ କହିଲେ ସୁରମା...

ଶେଷ ହେଲା ସର୍ବଦଳୀୟ ବୈଠକ : ଶାନ୍ତି ଶୃଙ୍ଖଳାରେ ଅଧିବେସନ ସମ୍ପନ୍ନ ପାଇଁ କହିଲେ ସୁରମା ପାଢ଼ୀ

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ରେ ବୈଠକ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଶେଷ ହୋଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଉପସ୍ଥିତ ଥିଲେ ।ଶାନ୍ତି ଶୃଙ୍ଖଳା ସହ ଅଧିବେସନ ‌ସମ୍ପନ୍ନ କରିବାକୁ ବୈଠକରେ ଆଲୋଚନା କରାଯାଇଥିବା ବାଚସ୍ପତି ସୁରମା ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି। ସୋମବାର ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଅଧିବେସନ ଆରମ୍ଭ ହେବ।ସୂଚନାଯୋଗ୍ୟ, ସର୍ବଦଳୀୟ ବୈଠକ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଠାତ୍ ନବୀନ ନିବାସରେ ପହଞ୍ଚି ଅନୁରୋଧ କରିଥିଲେ। ଏହାସହ ବିଧାନସଭାର ସମସ୍ତ କାର୍ଯ୍ୟ ଦିବସରେ ଯୋଗ ଦେଇ ଓଡିଶା ବିକାଶ ପାଇଁ ଗଠନ ମୂଳକ ପ୍ରସ୍ତାବ ଦେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି । ବିରୋଧୀ ଦଳ ନେତା ଓଡ଼ିଶାର ବିକାଶ ପାଇଁ ଯେଉଁ ଗଠନ ମୂଳକ ପ୍ରସ୍ତାବ ଦେବେ ତାକୁ ବିଜେପି ସରକାର ସାଦରରେ ଗ୍ରହଣ କରିବେ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking