କଟକ: ରାଜ୍ୟରେ ଆରଆଇ ଓ ଅମିନ ପରୀକ୍ଷା ବାତିଲ ଦାବି ଜୋର ଧରିଛି । କିଛି ଦିନ ତଳେ ଆଶାୟୀ ପ୍ରାର୍ଥୀମାନେ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଭୁବନେଶ୍ୱର ଲୋୟର ପିଏମଜିରେ ଜୋରଦାର ଆନେ୍ଦାଳନ କରିଥିବାବେଳେ ଆଜି କଟକରେ ଆଶାୟୀମାନେ ଜୋରଦାର ପ୍ରତିବାଦ କରିଛନ୍ତି । ପରୀକ୍ଷା ବାତିଲ ସହ ପୁନଃ ପରୀକ୍ଷା କରିବା ଦାବିରେ ଆନେ୍ଦାଳନ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଆଶାୟୀମାନେ ଅଭିନବ ଉପାୟରେ ପରୀକ୍ଷାରେ ହୋଇଥିବା ଅନିୟମିତତାର ପ୍ରତିବାଦ କରିଛନ୍ତି । ସେମାନେ ନିଜ ନିଜ ଆଡମିଟ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଛନ୍ତି ।