24.1 C
Bhubaneswar
Tuesday, March 10, 2026
Homeଦେଶ ବିଦେଶସଂସଦରେ ଉଠିବ ନିଟ ପ୍ରସଙ୍ଗ

ସଂସଦରେ ଉଠିବ ନିଟ ପ୍ରସଙ୍ଗ

ନୂଆଦିଲ୍ଲୀ : ଆଜି ନିଟ୍ ପ୍ରସଙ୍ଗ ଉଠାଇବାକୁ ଯୋଜନା ରଖିଛନ୍ତି ବିରୋଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘରେ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ତେବେ ବିତର୍କ ବେଳେ ବିରୋଧୀ ଉଠାଇବାକୁ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ହୋଇ ରହିଥିବା ମଧ୍ୟ କହିଛନ୍ତି। ସରକାରଙ୍କ କହିବା କଥା ଯେ ନିଟ ଅନିୟମିତତା ପ୍ରସଙ୍ଗରେ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସିବିଆଇ ତଦନ୍ତ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର କମିଟି ବି ଗଠନ ହୋଇଛି। କମିଟି ରିପୋର୍ଟ ଖୁବଶୀଘ୍ର ଆସିବ। ଏହାବାଦ ସରକାର ପ୍ରଶ୍ନପତ୍ର ଲିକୁ ରୋକିବା ଓ ଦୋଷୀଙ୍କୁ କଠୋ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା ହୋଇଛି।ଏହାକୁ ଆଧାର କରି ସରକାର ବିରୋଧୀଙ୍କୁ କାଉଣ୍ଟର କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଆଜି ଲୋକସଭାରେ ଧନ୍ୟବାଦ ଦେବାର ବିଧି ରହିଛି । ଏହାପରେ ନିଟ୍ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ । ଏଥର ବିରୋଧୀ ନୂଆ ଉତ୍ସାହ ଓ ବଳ ନେଇ ସଂସଦରେ ପହଂଚିଛନ୍ତି । ତେଣୁ ପ୍ରଥମ ଦିନରୁ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟ ବିତର୍କର ମଧ୍ୟ ସମ୍ଭାବନା ରହିଛି । ସେହିପରି ବିରୋଧୀ ଦଳର ସଦସ୍ୟମାନେ ସୋମବାର ସଂସଦ ପରିସରରେ ଧାରଣାରେ ବସିବାର ଯୋଜନା ରଖିଛନ୍ତି । ବିଭିନ୍ନ ତଦନ୍ତକାରୀ ସଂସ୍ଥାକୁ ମୋଦୀ ସରକାର ଅପବ୍ୟବହାର କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking