27.1 C
Bhubaneswar
Friday, April 3, 2026
Homeଅପରାଧ୨୪ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗିରଫ

୨୪ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ : ବେଙ୍ଗାଲୁରୁର କୋରମଙ୍ଗଳସ୍ଥିତ ହଷ୍ଟେଲ ଭିତରେ ଜଣେ ୨୪ ବର୍ଷୀୟା ବିହାର ଯୁବତୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୁକ୍ତକୁ ଶନିବାର ମଧ୍ୟପ୍ରଦେଶରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅଭିଷେକ ।ସେ ଗତ ଜୁଲାଇ ୨୩ ତାରିଖ ରାତିରେ କ୍ରିତି କୁମାରୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ପରେ ମଧ୍ୟପ୍ରଦେଶକୁ ପଳାଇଥିଲା ଏବଂ ସେଠାରେ ତାଙ୍କୁ ପୁଲିସ୍‌ ଧରିଥିବା ଜଣାପଡ଼ିଛି।ଏହି ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରେ ପଚରାଉଚରା କରାଯିବ। ଏକ ଘରୋଇ କମ୍ପାନୀରେ କାମ କରୁଥିବା ୨୨ ବର୍ଷୀୟା ଯୁବତୀ ଆକ୍ରମଣକାରୀଙ୍କ ପ୍ରେମିକାଙ୍କ ସହକର୍ମୀ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଏହି ଘଟଣା ଦକ୍ଷିଣ ପୂର୍ବ ଡେପୁଟି କମିସନରଙ୍କ କାର୍ଯ୍ୟାଳୟ ଏବଂ କୋରମଙ୍ଗଳ ପୋଲିସ ଷ୍ଟେସନଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ଭେଙ୍କଟ୍ରାଡି ଲେଆଉଟର ଭାର୍ଗବୀ ଷ୍ଟେଇଂ ହୋମ୍‌ରେ ଘଟିଛି। ପୁଲିସ କହିଛି ଯେ ମଙ୍ଗଳବାର ରାତି ୧୧.୩୦ ସମୟରେ ଅଭିଯୁକ୍ତ ଜଣକ ପିଜି ହଷ୍ଟେଲରେ ପଶି ତୃତୀୟ ମହଲାରେ ଥିବା ଯୁବତୀଙ୍କ କୋଠରୀ ଏକ ଛୁରୀ ସାହାଯ୍ୟରେ ତାଙ୍କ ଗଳା କାଟି ଦେଇଥିଲା। ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ଏକାଧିକ ଛୁରାମାଡ଼ ହେତୁ ଶେଷ ନିଶ୍ବାସ ତ୍ୟାଗ କରିଥିବା ପୋଲିସ କହିଛି।ତେବେ ସିସିଟିଭି ଫୁଟେଜରେ ଅଭିଯୁକ୍ତ ହଷ୍ଟେଲରେ କ୍ରିତିଙ୍କ କୋଠରୀକୁ ଯାଇ କବାଟ ବାଡେଇଥିବାର ଦେଖାଯାଇଛି। ଯୁବତୀ ଜଣକ କବାଟ ଖୋଲିବା ପରେ ତାଙ୍କୁ ଟାଣି ନେଇ ପୁରୁଷ ଜଣକ ଛୁରାମାଡ଼ କରିଥିଲେ। ଏହି ଆକ୍ରମଣକୁ ପ୍ରତିରୋଧ କରିବାକୁ ମହିଳା ସଂଘର୍ଷ କରୁଥିବା ନଜର ଆସିଛନ୍ତି। ତେବେ, ଅପରାଧ କରିବା ପରେ ସେ ପଳାଇଥିଲେ ଯାହା କ୍ୟାମେରା‌ରେ କଏଦ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking