29.1 C
Bhubaneswar
Monday, March 30, 2026
Homeଅପରାଧନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭୁବନେଶ୍ୱର: ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଭୁବନେଶ୍ୱର ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ପକସୋ) ର ଆଡହକ ଆଡିସନାଲ ସେସନ ଜର୍ଜ ସରୋଜ କୁମାର ସାହୁ ଅଭିଯୁକ୍ତ ଦୀପକ କୁମାର ନାୟକକୁ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି ।ସୂଚନଯୋଗ୍ୟ ଯେ, ଗତ ୨୦୧୫ ମସିହା ଫେବ୍ରୁଆରୀ ୨୦ ତାରିଖ ସନ୍ଧ୍ୟା ୭ ଟା ସମୟରେ ଅଭିଯୁକ୍ତ ଦୀପକ ନାୟକ ଅଭିଯୋଗକାରିଣୀଙ୍କ ନାବାଳିକା ଝିଅକୁ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନିଜ ଗ୍ରାମରୁ ଅପହରଣ କରିନେଇ କେଉଁ ଆଡେ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ଭିତ୍ତି କରି ସେତେବେଳେ ଜଗତସିଂହପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

ପରବର୍ତ୍ତୀ ସମୟରେ ଭୁବନେଶ୍ୱର ପୁଲିସ ବେଗୁନିଆ ପୁଲିସର ସହାୟତାରେ ସମ୍ପୃକ୍ତ ନାବାଳିକା ଝିଅକୁ କଳାପଥର ଅଞ୍ଚଳରେ ଥିବା ଅଭିଯୁକ୍ତ ଦୀପକର ଘରୁ ଉଦ୍ଧାର କରି ପିଡିତାକୁ ତାଙ୍କ ପରିବାର ଲୋକଙ୍କୁ ଜିମା ଦେଇଥିଲେ । ଏହି ଘଟଣା ପରେ ଲୋକ ଲଜ୍ୟାରୁ ବଞ୍ଜିବା ପାଇଁ ପିଡିତାଙ୍କ ମାଆ ପିଡିତାଙ୍କୁୁ ସାଙ୍ଗରେ ନେଇ ଆସି ଭୁବନେଶ୍ୱର ରେଣ୍ଟାଲ୍ କଲୋନୀ ଅନ୍ତର୍ଗତ ବେହେରା ବସ୍ତିରେ ରହିଆସୁଥିଲେ । ସେଠାରେ ରହିବ ଭିତରେ ସେ ବେଳେବେଳେ ଝିଅକୁ ପରିବାର ସଦସ୍ୟଙ୍କ ସହିତ ବେହେରା ବସ୍ତିସ୍ଥିତ ଘରେ ଛାଡି ନିଜ ପୈତୃକ ଗ୍ରାମକୁ ଯାଇଥାନ୍ତି । ଦିନେ ସେ ପୈତୃକ ଗ୍ରାମକୁ ଯାଇଥିବା ବେଳେ, ଏହାର ସୁଯୋଗ ନେଇ ଅଭିଯୁକ୍ତ ଦୀପକ ତାଙ୍କ ଘରେ ପଶି ତାଙ୍କ ନାବାଳିକା ଝିଅକୁ ଜୀବନରୁ ମାରିଦେବାର ଭୟ ଦେଖାଇ ଜୋରଜବରଦସ୍ତ ତାଙ୍କ ଇଚ୍ଛାବିରୋଧରେ ଦୁଷ୍କର୍ମ କରିଥିଲେ ।

ଏବଂ ଘଟଣା ସମ୍ପର୍କରେ କାହା ଆଗରେ ପ୍ରକାଶ ନକରିବା ଲାଗି ଧମକ ମଧ୍ୟ ଦେଇଥିଲେ । ଏହି ଭୟରେ ପୀଡ଼ିତା ଜଣକ ଘଟଣା ସମ୍ପର୍କରେ କାହା ଆଗରେ କିଛି ବି ପ୍ରକାଶ କରିନଥିଲେ । କିଛି ଦିନ ପରେ ଅଭିଯୋଗକାରିଣୀ ଜଣକ ଝିଅ ନିକଟରେ ଅନ୍ତଃସତ୍ୱା ହେବାର କିଛିଟା ଲକ୍ଷଣ ଦେଖି ଝିଅକୁ ଏନେଇ ପୁଙ୍ଖାନୁପୁଙ୍ଖ ପଚାରି ବୁଝିବା ପରେ, ତାଙ୍କୁ ଅଭିଯୁକ୍ତ ଦୀପକ ଦୁଷ୍କର୍ମ କରିଥିବା ଏବଂ ସେ ସେତେବେଳେ ସାତମାସର ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ । ଏହି ଘଟଣା ବିଷୟରେ ପିଡିତାଙ୍କ ମାଆ ଅଭିଯୁକ୍ତ ଦୀପକର ପିତା-ମାତାଙ୍କୁ ଜଣାଇଥିଲେ । ସେଠାର ଅଭିଯୁକ୍ତଙ୍କ ପିତା- ମାତା ପିଡିତାଙ୍କ ମାଆଙ୍କୁ ନାମ ପ୍ରକାର ଧମକ ଦେଇଥିଲେ । ଏବଂ ଯଦି ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କରନ୍ତି ତାହେଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ବାରମ୍ବର ଫୋନ କରି ଧମକ ଦେଇଥିଲେ । ଏଥିରେ ବ୍ୟତିବ୍ୟସ୍ତ ହୋଇ ପିଡିତାଙ୍କ ପରିବାର ଶେଷରେ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking