18.1 C
Bhubaneswar
Friday, February 13, 2026
Homeଓଡିଶାଓଡ଼ିଶା ରାଜ୍ୟ ଅଭିଲେଖଗାରରେ ୭୯ତମ ସଂସ୍କୃତି ଚର୍ଚ୍ଚା ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ଅଭିଲେଖଗାରରେ ୭୯ତମ ସଂସ୍କୃତି ଚର୍ଚ୍ଚା ଅନୁଷ୍ଠିତ

ଭୁବନେଶ୍ୱର  : ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଅଭିଲେଖାଗାରରେ ଆଜି ୭୯ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ ଡେପୁଟି ରିଜଓନାଲ ମ୍ୟାନେଜର, ବିଶିଷ୍ଟ ଐତିହ୍ୟ ଗବେଷକ ଓ କଂସା ପିତ୍ତଳ କଳାକୃତି ସଂଗ୍ରାହକ ଶ୍ରୀଯୁକ୍ତ ସୁଦର୍ଶନ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। “ଉତ୍କଳୀୟ କଂସା କଳାରେ ଆମ ଅସ୍ମିତା” ବିଷୟବସ୍ତୁ ଉପରେ ଆଜିର ୭୯ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟବକ୍ତା ଶ୍ରୀଯୁକ୍ତ ସାହୁ ନିଜର ଅଭିଭାଷଣରେ ଓଡ଼ିଶା ଇତିହାସ ଏବଂ ଓଡ଼ିଆ ସଂସ୍କୃତିରେ ବର୍ଣ୍ଣିତ ହୋଇଥିବା କଂସା କଳାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଶ୍ରୀଯୁକ୍ତ ସାହୁ କଂସାରେ ନିର୍ମିତ ବିଭିନ୍ନ ସାମଗ୍ରୀ ଓ ତାହାର ବ୍ୟବହାର ଏବଂ କଂସା କାରିଗର ମାନଙ୍କର କାର୍ଯ୍ୟାବଳୀ ସମ୍ବନ୍ଧରେ ସବିସୃତ ଆଲୋଚନା କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ଼. ଶେଖସୋଲେମାନ୍‌ ଅଲ୍ଲୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ିଶା ରାଜ୍ୟ ଅଭିଲେଖାଗାରର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅଧିକାରୀ, ସାହିତ୍ୟିକ, ଐତିହାସିକ ଏବଂ ବିଭିନ୍ନ ବର୍ଗରୁ ଆସିଥିବା ଶ୍ରୋତାଗଣମାନେ ଉପସ୍ଥିତ ଥିଲେ। ପ୍ରକଶଯୋଗ୍ୟଯେ, ଓଡ଼ିଶା ରାଜ୍ୟ ଅଭିଲେଖାଗାର ତରଫରୁ ପ୍ରତିମାସରେ “ସଂସ୍କୃତି ଚର୍ଚ୍ଚା” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଭାଷା,ସାହିତ୍ୟ, କଳା ଓ ସଂସ୍କୃତିର ବିଭିନ୍ନ ବିଷୟବସ୍ତୁ ଉପରେ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା କରାଯାଇଥାଏ। ଓଡ଼ିଶା ରାଜ୍ୟ ଅଭିଲେଖାଗା ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ ଏବଂ ବିଶେଷ ଭାବରେ ଏହା ଯୁବବର୍ଗଙ୍କ ପ୍ରେରଣାଦାୟୀ ବୋଲି ବୋଲି ସାଧାରଣରେ ମତପ୍ରକଶିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking