29.1 C
Bhubaneswar
Tuesday, February 10, 2026
Homeଓଡିଶାସିପିଆଇର ୨୪ତମ ରାଜ୍ୟ ସମ୍ମିଳନୀ ୪, ୫ ଓ ୬ ସେପ୍ଟେମ୍ବରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ...

ସିପିଆଇର ୨୪ତମ ରାଜ୍ୟ ସମ୍ମିଳନୀ ୪, ୫ ଓ ୬ ସେପ୍ଟେମ୍ବରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ୪ ସେପ୍ଟେମ୍ବର ଶତବାର୍ଷିକୀ ମହାସମାରୋହ

ଭୁବନେଶ୍ୱର: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମ୍ବିଧାନ ଅନୁସାରେ ପ୍ରତି ୩ ବର୍ଷରେ ରାଜ୍ୟ ସମ୍ମିଳନୀ ହେଉଥିବାବେଳେ ଚଳିତ ସେପ୍ଟେମ୍ବର ୪, ୫ ଓ ୬ ତିନିଦିନ ଧରି ଭୁବନେଶ୍ୱରଠାରେ ସିପିଆଇର ୨୪ତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ ଓ ଚଳିତ ବର୍ଷ ପାର୍ଟିର ଶତବାର୍ଷିକୀ ଚାଲିଥିବାରୁ ୪ ସେପ୍ଟେମ୍ବର ଭୁବନେଶ୍ୱରଠାରେ ଶତବାର୍ଷିକୀ ମହାସମାବେଶରେ ଜନଗଣଙ୍କ ସଂଘର୍ଷ ସଂକଳ୍ପ ସମାବେଶ ଅନୁଷ୍ଠିତ ହେଉଅଛି ବୋଲି ଆଜି ସିପିଆଇ ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସମ୍ପାଦକମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଓ ଏନ. ନାରାୟଣ ରେଡି ଏବଂ ୨୪ ଓଡ଼ିଶା ରାଜ୍ୟ ସମ୍ମିଳନୀ ଅଭ୍ୟର୍ଥନା କମିଟିର ଉପସାଧାରଣ ସମ୍ପାଦକ ସୁର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ସିପିଆଇର ଶହେ ବର୍ଷ ଚାଲିଥିବାବେଳେ ଆମ ରାଜ୍ୟର ୨୪ତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏହି ସମ୍ମିଳନୀର ଖୋଲା ଅଧିବେଶନ ‘ଶତବାର୍ଷିକୀ ସମାରୋହ’ରେ ଜନଗଣଙ୍କ ସଂଘର୍ଷ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବ। ଏଥିରେ ସମଗ୍ର ରାଜ୍ୟର ପାର୍ଟି ସଭ୍ୟ, ସମର୍ଥକ, ଛାତ୍ର, ଯୁବ, ମହିଳା, ଶ୍ରମିକ, କୃଷକ, ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଯୋଗ ଦେବେ। ଏହି ଶତବାର୍ଷିକୀ ସମାରୋହରେ ପାର୍ଟିର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଡି. ରାଜା, ଏଆଇଟିୟୁସିର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଅମରଜିତ୍ କାଉର, ଜାତୀୟ ସମ୍ପାଦକ ପଲ୍ଲବ ସେନଗୁପ୍ତ, ଓଡ଼ିଶା ଦାୟିତ୍ୱରେ ଥିବା ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡାଙ୍କ ସମେତ ରାଜ୍ୟ ନେତୃବୃନ୍ଦ ଉଦ୍‌ବୋଧନ ଦେବେ। ଦେଶ ସ୍ୱାଧୀନତାର ୭୯ ବର୍ଷ ଅତିକ୍ରମ କରିଥିବାବେଳେ କର୍ପୋରେଟ୍ କ୍ରୀଡ଼ନକ ସାମ୍ପ୍ରଦାୟିକ, ଏକଛତ୍ରବାଦୀ, ବିଜେପି କ୍ଷମତା ହାତେଇ ବସିଥିବାବେଳେ ଦେଶର କଷ୍ଟଲବ୍ଧ ସ୍ୱାଧୀନତା ଏହାର ସାର୍ବଭୌମତ୍ୱ, ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ଏହାର ସମ୍ବିଧାନକୁ ବିପନ୍ନ କରି ଅସୁମାରୀ ଦୁର୍ନୀତି, ଭ୍ରଷ୍ଟାଚାର ମାଧ୍ୟମରେ ନିଜ ଦଳର ସହସ୍ରାଧିକ ପ୍ରାସାଦ ନିର୍ମାଣ ସହ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ୱଂସଲୀଳା ଚଳାଯାଇଛି। ପୃଥିବୀର ସର୍ବ ବୃହତ୍ତମ ଗଣତନ୍ତ୍ରର ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟାକୁ ଧ୍ୱଂସ କରି ବ୍ୟବସ୍ଥାଗତ ଭୋଟ ଚୋରି ମାଧ୍ୟମରେ କ୍ଷମତା ହାତେଇବାର ଏକଚ୍ଛତ୍ରବାଦୀ ବ୍ୟବସ୍ଥାକୁ ମୁକାବିଲା ପାଇଁ ରାଜନୈତିକ ତର୍ଜମା ସହ ଏହି ସାମ୍ପ୍ରଦାୟିକ ଏକଚ୍ଛତ୍ରବାଦର ବିଦାୟ ପାଇଁ ରାଜନୈତିକ ନିଷ୍ପତ୍ତି ଗ୍ରହଣ କରାଯିବ।

ଏହି ଏକଚ୍ଛତ୍ରବାଦୀ ଶାସନ ବ୍ୟବସ୍ଥା ଭିତରେ ଶିକ୍ଷା ସଙ୍କୋଚନ, ଘରୋଇକରଣ, ସାମ୍ପ୍ରଦାୟୀକରଣ କରାଯାଇ ଦେଶରେ ମୂର୍ଖ ସୃଷ୍ଟି କରିବା, ସ୍ୱାସ୍ଥ୍ୟର ଘରୋଇକରଣ କରାଇ ଜନଗଣଙ୍କୁ ଲୁଣ୍ଠନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସମ୍ବଳ ସବୁ ସୀମିତ ସଂଖ୍ୟକ ରାହୁ ପୁଞ୍ଜିପତିଙ୍କ ପାଦ ତଳେ ସମର୍ପଣ କରି ନିଯୁକ୍ତି ହ୍ରାସ, ଶ୍ରମିକ ଶୋଷଣ, ବେରୋଜଗାରୀ ବୃଦ୍ଧି, ଖଣି, ଜମି, ଜଳ, ଜଙ୍ଗଲ ଲୁଣ୍ଠନ; ଆଦିବାସୀ, ଦଳିତ ଓ ଗରିବମାନଙ୍କୁ ତାଙ୍କ ଭିଟାମାଟିରୁ ବିସ୍ଥାପନ, ଜିଏସ୍‌ଟି ନାମରେ ସାଧାରଣ ଜନତାଙ୍କୁ ଲୁଣ୍ଠନ କରି କର୍ପୋରେଟ୍ ଶୋଷଣ, ଶ୍ରମ ଆଇନ ରଦ୍ଦ କରି ଶ୍ରମିକ ବିରୋଧୀ ଶ୍ରମ କୋଡ୍ ମାଧ୍ୟମରେ ଶ୍ରମିକଶ୍ରେଣୀଙ୍କୁ କ୍ରୀତଦାସ କରାଇବା, ବେଟି ବଚାଓ- ବେଟି ପଢ଼ାଓ ଆଢ଼ୁଆଳରେ ଗଣ ଦୁଷ୍କର୍ମ ଓ ନାରୀ ନିର୍ଯାତନା ବଢ଼ାଇ ଚାଲିଥିବାବେଳେ ଏହା ବିରୁଦ୍ଧରେ ବ୍ୟାପକ ଜନ ଆନ୍ଦୋଳନ ସହ ଦେଶର ରାଜନୈତିକ ଚିତ୍ରପଟ୍ଟରେ ପରିବର୍ତ୍ତନ ଆଣିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯିବ। ସେହିଭଳି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୁରୁଣା ଗଣଭିତ୍ତିକୁ ପୁନଃ ସଂଗଠିତ କରିବା ସହ ରାଜ୍ୟର ୩୦ଟି ଜିଲ୍ଲାରେ ସମସ୍ତ ନିର୍ବାଚନମଣ୍ଡଳୀ ଓ ସମସ୍ତ ସ୍ୱାୟତ୍ତ ସଂସ୍ଥାରେ ପାର୍ଟି ସଙ୍ଗଠନର ଗଣଭିତ୍ତିକୁ ସୁଦୃଢ଼ କରିବା ପାଇଁ ଏହି ତିନିଦିନିଆ ସମ୍ମିଳନୀରେ ନିଷ୍ପତ୍ତି ହେବ। ଆଗାମୀ ୩ ବର୍ଷ ପାଇଁ ନୂତନ ରାଜ୍ୟ ପରିଷଦ, ସେଥିମଧ୍ୟରୁ ନୂତନ କାର୍ଯ୍ୟକାରୀ କମିଟି ଓ ସମ୍ପାଦକମଣ୍ଡଳୀ ନିର୍ବାଚିତ ହେବେ। ଏଥିପାଇଁ ଗଠିତ ଏକ ଶହେ ଜଣିଆ ଅଭ୍ୟର୍ଥନା କମିଟିରେ ଓଡ଼ିଶାରେ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ପ୍ରାଣନାଥ ପଟ୍ଟନାୟକଙ୍କ ସୁଯୋଗ୍ୟ ଦାୟାଦ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଅଧ୍ୟକ୍ଷ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅମିୟ ପଟ୍ଟନାୟକ- ସାଧାରଣ ସମ୍ପାଦକ, ସୁର ଜେନା – ଉପସାଧାରଣ ସମ୍ପାଦକ, ପ୍ରଫୁଲ୍ଲ ତ୍ରିପାଠୀ- କୋଷାଧ୍ୟକ୍ଷ ଅଛନ୍ତି। ୨୪ତମ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ନଗରକୁ ପ୍ରୟାତ ରାଜ୍ୟ ସମ୍ପାଦକ ଦିବାକର ନାୟକ ନଗର ନାମରେ ନାମିତ କରାଯାଇଅଛି। ଏହି ଶତବାର୍ଷିକୀ ସମାରୋହ ଓ ସମ୍ମିଳନୀର ସମସ୍ତ ସଫଳତା ପାଇଁ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ନିବେଦନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking