21.1 C
Bhubaneswar
Monday, February 2, 2026
Homeଓଡିଶାଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ  ସମସ୍ୟା ସମାଧାନ ଦାବିରେ  ଦଶମ ସର୍ବଭାରତୀୟ ଛାତ୍ର ସମ୍ମିଳନୀ ଉଦଯାପିତ

ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ  ସମସ୍ୟା ସମାଧାନ ଦାବିରେ  ଦଶମ ସର୍ବଭାରତୀୟ ଛାତ୍ର ସମ୍ମିଳନୀ ଉଦଯାପିତ

ଯାଜପୁର: ଏଆଇଡିଏସଓ ପକ୍ଷରୁ ନଭେମ୍ବର ୨୭ ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମ୍ ରେ ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ ତଥା ଅନ୍ୟାନ୍ୟ ଶିକ୍ଷା ସମସ୍ୟା ସମାଧାନ ଦାବିରେ ଦଶମ ସର୍ବଭାରତୀୟ ଛାତ୍ର ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀର ପ୍ରକାଶ୍ୟ ଅଧିବେଶନକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ବର୍ଷୀୟାନ ଐତିହାସିକ ପ୍ରଫେସର ଇର୍ଫାନ ହବିବ୍ ଉଦଘାଟନ କରିଥିଲା ବେଳେ, ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଲେଖକ ଓ ଭଗତ ସିଂହ ଆର୍କାଇଭର ଉପଦେଷ୍ଟା ପ୍ରଫେସର ଚମନ ଲାଲ୍, ଅନ୍ୟତମ ଅତିଥି ଭାବରେ ଏଆଇଡିଏସଓ ର ପୂର୍ବତନ ସଭାପତି ଅରୁଣ କୁମାର ସିଂ ବକ୍ତବ୍ୟ ରଖିଥିଲେ। ଭାରତର ପ୍ରମୁଖ ବାମପନ୍ଥୀ ଛାତ୍ର ସଂଗଠନର ନେତୃବୃନ୍ଦଙ୍କୁ ନେଇ ଏକ ଅଧିବେଶନ, ବିଦେଶରୁ ଆସିଥିବା ଛାତ୍ର ସଙ୍ଗଠନମାନଙ୍କ ନେତୃବୃନ୍ଦଙ୍କ ସହ ଏକ ଅଧିବେଶନ, ଦେଶର ଖ୍ୟାତନାମା ବୁଦ୍ଧିଜିବୀମାନଙ୍କ ସହ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଦେଶର ୨୯ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ପ୍ରତିନିଧି ଅଧିବେଶନରେ ଶିକ୍ଷା ସମସ୍ୟା ସମାଧାନ ଦାବିରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସହ ତାର ସମାଧାନ ପାଇଁ ଆଗାମୀ ଦିନରେ ଶକ୍ତିଶାଳୀ ଛାତ୍ର ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଥିଲା। ଉଦଯାପନୀ ଅଧିବେଶନରେ ଏଆଇଡିଏସଓ ର ପ୍ରଥମ ସାଧାରଣ ସମ୍ପାଦକ ତଥା ଏସୟୁସିଆଇ(ସି) ର ସାଧାରଣ ସମ୍ପାଦକ ପ୍ରଭାସ ଘୋଷ ଭିଡିଓ ବାର୍ତ୍ତା ମାଧ୍ୟମରେ ଓ ଏସୟୁସିଆଇ(ସି) ର କେନ୍ଦ୍ରୀୟ ପଲିଟ ବ୍ୟୁରୋ ସଦସ୍ୟ ଚଣ୍ଡିଦାସ ଭଟ୍ଟାଚାର୍ଯ୍ୟ ବକ୍ତବ୍ୟ ରଖିଥିଲେ। ପ୍ରକାଶ୍ୟ ଅଧିବେଶନରେ ସଭାପତିତ୍ବ କରିଥିଲେ ଏଆଇଡିଏସଓ ର ସାଧାରଣ ସମ୍ପାଦକ ସୌରଭ ଘୋଷ ଓ ବକ୍ତବ୍ୟ ରଖିଥିଲେ ସର୍ବଭାରତୀୟ ସଭାପତି ଭି ଏନ ରାଜଶେଖର । ସର୍ବଶେଷରେ ସଭାପତି ଭାବେ ସୌରଭ ଘୋଷ ଓ ସାଧାରଣ ସମ୍ପାଦକ ଭାବେ ଶିବାଶିଷ ପ୍ରହରାଜଙ୍କୁ ନେଇ ଏକ ୨୦୩ ଜଣିଆ କେନ୍ଦ୍ରୀୟ ପରିଷଦ ନିର୍ବାଚିତ ହୋଇଥିଲା। ସମ୍ମିଳନୀ ପରେ ନଭେମ୍ବର ୩୦ ରେ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦କୁ ଦୁରନ୍ତ ବାତିଲ କରିବା, ଶିକ୍ଷାକ୍ଷେତ୍ରରେ ଫିସ୍ ବୃଦ୍ଧି ବନ୍ଦ କରିବା, ସରକାରୀ ଶିକ୍ଷାକୁ ସୁରକ୍ଷିତ କରିବା, ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା,ସରକାରୀ ବିଶ୍ବବିଦ୍ୟାଳୟଗୁଡିକର ସ୍ୱାୟତ୍ତତା ଫେରାଇଦେବା, ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକ ତୁରନ୍ତ ଖୋଲିବା, ଏନ.ଟି.ଏ କୁ ରଦ୍ଧ କରିବା, ପରୀକ୍ଷା ପରିଚାଳନାରେ ସମସ୍ତ ଅନୀୟମିତତାକୁ ଦୂର କରିବା, ଡାକ୍ତରୀ ଶିକ୍ଷାରେ ଅବୈଜ୍ଞାନିକ ସିବିଏମଇ ପ୍ରଚଳନ ବନ୍ଦ କରିବା ଓ ନେକ୍ସଟ୍ ବାତିଲ କରିବା, ଚାରି ବର୍ଷିଆ ଡିଗ୍ରୀ କୋର୍ସ ପ୍ରଚଳନ ବନ୍ଦ କରିବା, ଅବିଳମ୍ବେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରାଇବା,କ୍ୟାମ୍ପସ ଓ ବାହାରେ ଛାତ୍ରୀ ତ‌ଥା ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପ୍ରମୁଖ ଦାବିରେ ଜନ୍ତର ମନ୍ତର ଠାରେ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking